୫୧ ବର୍ଷରେ ମା’ ହେଲେ ଡିୟାଜ୍
![୫୧ ବର୍ଷରେ ମା’ ହେଲେ ଡିୟାଜ୍](https://odishanewslens.com/news_gallery/28903_1711309644.jpg)
୧୯୯୪ରେ ଆସିଥିବା ଫିଲ୍ମ 'ଦି ମାସ୍କ'ର ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ୫୧ ବର୍ଷ ବୟସରେ ମା' ହୋଇଛନ୍ତି। ୫୧ ବର୍ଷ ବୟସରେ ସୁନ୍ଦର ପୁତ୍ରକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଏକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହାକୁ ଶେୟାର କରିଛନ୍ତି। ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ଏବଂ ତାଙ୍କ ସଙ୍ଗୀତକାର ସ୍ୱାମୀ ବେନ୍ଜୀ ମ୍ୟାଡେନ୍ କହିଛନ୍ତି ଯେ ପୁଅ କାର୍ଡିନାଲ୍ ମ୍ୟାଡେନ୍ଙ୍କୁ ପରିବାରରେ ସ୍ୱାଗତ କରିଥିବାରୁ ସେମାନେ ଧନ୍ୟ ଏବଂ କୃତଜ୍ଞ।
ଡିୟାଜ୍ ଆହୁରି କହିଛନ୍ତି- ‘ସେ ବହୁତ କ୍ୟୁଟ। ଆମେ ସମସ୍ତେ ବହୁତ ଆଶୀର୍ବାଦ ଏବଂ ଧନ୍ୟବାଦ ଅନୁଭବ କରୁଛୁ। ଆମ ପରିବାର ପକ୍ଷରୁ ଆପଣ ସମସ୍ତଙ୍କୁ ବହୁତ ପ୍ୟାର। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, କ୍ୟାମେରନ-ବେନଜୀଙ୍କ ପୂର୍ବରୁ ଏକ ଝିଅ ଅଛି। ୨୦୧୫ରେ, ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ରେଡିକ୍ସଙ୍କୁ ସ୍ବାଗତ କରିଥିଲେ। ତେବେ ପୁଅ ସମ୍ପର୍କରେ ଏହି ଦମ୍ପତି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ପୁଅ କାର୍ଡିନାଲ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ କି ନାହିଁ।
Powered by Froala Editor