ରାଧିକାଙ୍କ ଠାରୁ ଅଧିକ ଗ୍ଲାମରସ୍ ଅମ୍ବାନୀ ପରିବାରର ଏହି ବୋହୂ

କିଛି ଦିନ ପୂର୍ବରୁ ବାହା ହୋଇ ଅମ୍ବାନୀ ପରିବାରର ବୋହୂ ହୋଇଛନ୍ତି ରାଧିକା ମର୍ଚ୍ଚାଣ୍ଟ। ସେ ଅନନ୍ତଙ୍କ ପତ୍ନୀ ହେବା ସହ ଅମ୍ବାନୀ ପରିବାରର ସାନ ବୋହୂ ହୋଇଛନ୍ତି । ତାଙ୍କ ଟ୍ୟାଲେଣ୍ଟ ଓ ସୁନ୍ଦରତା ସୋସିଆଲ ମିଡିଆରେ ଛାଇ ହୋଇ ରହିଛି । ତେବେ ଜାଣିଛନ୍ତି କି ରାଧିକାଙ୍କ ଠାରୁ ବି ଅମ୍ବାନୀ ପରିବାରରେ ଅଧିକ ସୁନ୍ଦର ବୋହୂ ଅଛନ୍ତି । ତାଙ୍କ ଷ୍ଟାଇଲ ଓ ଗ୍ଲାମର ଅପଣଙ୍କୁ ଦିୱାନା କରିଦେବ । ସେ ହେଉଛନ୍ତି ଅନୀଲ ଓ ଟିନା ଅମ୍ବାନୀଙ୍କ ପୁଅ ଅନମୋଲଙ୍କ ପତ୍ନୀ କ୍ରିଷା ।
ଅନୀଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ସ୍ତ୍ରୀ କ୍ରିଷାଙ୍କ ସୌନ୍ଦର୍ଯ୍ୟ ନେଇ ଅଧିକ ଚର୍ଚ୍ଚା ହୋଇଥାଏ। ସେ ରାଧିକାଙ୍କଠାରୁ ବହୁ ଆଗରେ । ଉଭୟଙ୍କର ତୁଳନାତ୍ମକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
କ୍ରିଷାଙ୍କ ଇନଷ୍ଟାଗ୍ରାମ୍ ରେ ବହୁ ଫଟୋ ଅପଲୋଡ୍ କରିଥାନ୍ତି। ଏସବୁକୁ ନେଇ ୟୁଜର୍ସ ବିଭିନ୍ନ ମତାମତ ଦେଇଥାନ୍ତି। ତାଙ୍କର ନିଆରା ଷ୍ଟାଇଲ୍ ସପକ୍ଷରେ ବହୁ ସକାରାତ୍ମକ ମନ୍ତବ୍ୟ ଆସିଥାଏ। ସେହିପରି ଟିନା ଅମ୍ବାନୀଙ୍କ ଇନଷ୍ଟାଗ୍ରାମ୍ ରେ ମଧ୍ୟ ବୋହୂ କ୍ରିଷାଙ୍କର ବହୁ ଫଟୋ ସେୟାର ହୋଇଥାଏ।
Powered by Froala Editor