ଇସିଆଇଙ୍କ ଅର୍ଡର: ଏହି ୩ଜଣଙ୍କୁ ବଦଳି ନିର୍ଦ୍ଦେଶ
ଭୁବନେଶ୍ୱର: ବାଜି ସାରିଛି ନିର୍ବାଚନ ବିଗୁଲ । ଆଉ ନିର୍ବାଚନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ନିର୍ବାଚନ ତାରିଖ ଘୋଷଣା କରିବା ପର ଠାରୁ ଗୋଟିଏ ପରେ ଗୋଟିଏ ନିଦେ୍ର୍ଧଶନାମା ଜାରି କରିବାରେ ଲାଗିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ଡିଜିପି ସହ ବିଭିନ୍ନ ରାଜ୍ୟର ଗୃହ ସଚିବଙ୍କୁ ବଦଳି କରିବାକୁ ଇସିଆଇ ନିଦେ୍ର୍ଧଶ ଦେଇଥିବାବେଳେ ଏବେ ଓଡ଼ିଶା ପାଳି ପଡ଼ିଛି । ଏହି କ୍ରମରେ ଇସିଆଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କେବଳ ଢେଙ୍କାନାଳ ଜିଲ୍ଲାପାଳ ନୁହନ୍ତି, କଟକ ଓ ଦେବଗଡ଼ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି କରିବାକୁ ଇସିଆଇ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଅଣ କ୍ୟାଡର ଅଫସିର ହୋଇଥିବାରୁ ଏମାନଙ୍କୁ ତୁରନ୍ତ ବଦଳି କରିବାକୁ ଇସିଆଇ ନିଦେ୍ର୍ଧଶ ଦେଇଛନ୍ତି ।
ଆଜି ଇସିଆଇ ୪ ରାଜ୍ୟର କିଛି ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ସହ ଗୁଜୁରାଟ, ପଶ୍ଚିମବଙ୍ଗ ଓ ପଞ୍ଜାବ ପାଇଁ ଏହି ନିଦେ୍ର୍ଧଶନାମା ଜାରି କରାଯାଇଛି । ଅଣକ୍ୟାଡର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ବଦଳି ହେବାକୁ ଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟର ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲାର ଏସପି । ପଞ୍ଜାବର ପଠାନକୋଟ, ଫାଜିଲକା ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି । ଢେଙ୍କାନାଳର ଜିଲ୍ଲାପାଳ ଏବଂ ଓଡ଼ିଶାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳର ଏସପି ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ । ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଏସଏସପି ଭଟିଣ୍ଡା ଏବଂ ଆସାମର ଏସପି ସୋନିତପୁରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor