‘ବୀର ସାବରକର’ ପାଇଁ ୨୬ କେଜି ଓଜନ କମାଇଲେ ରଣଦୀପ
ବଡି ଟ୍ରାନ୍ସଫର୍ମେସନରେ ଅଭିନେତା ରଣଦୀପ ହୁଡ୍ଡାଙ୍କ ଭଳି କେହି ହୋଇପାରିବେ ନାହିଁ । ପ୍ରଥମେ ‘ସରବଜିତ’ ଏବେ ‘ବୀର ସାବରକର’ଙ୍କ ଭୂମିକା ପାଇଁ ସେ ନିଜକୁ ଏମିତି କରିଛନ୍ତି ଆପଣ ବି ଚିହ୍ନି ପାରିବେନି । ଫିଲ୍ମ ‘ବୀର ସାବରକର’ ଫିଲ୍ମ ପାଇଁ ୨୬ କିଲୋ ଓଜନ କମାଇଛନ୍ତି ରଣଦୀପ । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ରଣଦୀପ ୨୬ କିଲୋ ଓଜନ ହ୍ରାସ କରିବା ପାଇଁ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ନିକଟରେ ଫିଲ୍ମର ନିର୍ମାତା କହିଥିଲେ, ଫିଲ୍ମର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ସେ ଚାରି ମାସ ପାଇଁ ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଖଜରା ଖାଇ ରହିଥିଲେ । ସେ ସାବରକର ଭଳି ଦେଖାଯିବା ପାଇଁ ତାଙ୍କ ମୁଣ୍ଡର କେଶ ମଧ୍ୟ ବଢାଇଥିଲେ ।
ରଣଦୀପ ନିଜ ଇନଷ୍ଟାଗ୍ରାମରେ ନିଜ ବଡି ଟ୍ରାନ୍ସଫର୍ମେସନର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଦର୍ପଣ ଆଗରେ ସେଲ୍ଫି ନେଉଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, କଳା ପାଣି । ଏହି ଲୁକ ସହ ସେ ଲୋକଙ୍କୁ କହିଛନ୍ତି ଯେ କଳା ପାଣିରେ ଦଣ୍ଡ ସମୟରେ ସାବରକର ଅବସ୍ଥା ଏହିପରି ହୋଇଯାଇଥିଲା । ଏହିପରି ଦେଖାଯିବା ପାଇଁ ଅଭିନେତା ଓଜନ ହ୍ରାସ କରିଥିଲେ । ଏହି ଲୁକ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫ୍ୟାନ୍ସ ଅଭିନେତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।
Powered by Froala Editor