JMM ଛାଡି ବିଜେପିରେ ସାମିଲ ହେଲେ ହେମନ୍ତ ସୋରେନଙ୍କ ଭାଉଜ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏହାର ତୁରନ୍ତ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି। ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଦୁମକାର ଜାମା ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇଛନ୍ତି।
ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ୍ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ସେ ବିଜେପି ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି।
ଜେଏମଏମ ନେତା ମନୋଜ ପାଣ୍ଡେ କହିଛନ୍ତି, ମୋର ଏ ବିଷୟରେ କୌଣସି ସରକାରୀ ସୂଚନା ନାହିଁ କିନ୍ତୁ ଯଦି ଏହା ସତ ତେବେ ଏହା ଅତ୍ୟନ୍ତ ଖରାପ ଖବର। ଆମେ ତାଙ୍କୁ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି ବିବେଚନା କରୁଛୁ।
Powered by Froala Editor