ସାପ ବିଷ ମାମଲାରେ ୟୁଟ୍ୟୁବର ଗିରଫ
ନୋଏଡା ପୁଲିସ ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ୍ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଗିରଫ କରିଛି । ସାପ ବିଷ ଚାଲାଣ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି । ଏହି ସମୟରେ ନୋଏଡା ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।
ଗତ ବର୍ଷ ସାପ ବିଷ ମାମଲାରେ ସେକ୍ଟର ୪୯ ନଏଡା ପୁଲିସ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା। ଦିଲ୍ଲୀ-ଏନସିଆରରେ ପାର୍ଟିରେ ମନୋରଞ୍ଜନ ପାଇଁ ସାପ ବିଷ ଦେବା ଅଭିଯୋଗରେ ଯାଦବଙ୍କ ସହ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏ ନେଇ ଜଣେ ପଶୁ କଲ୍ୟାଣ କର୍ମୀ ଅଭିଯୋଗ କରିଥିଲେ। ଏଥିପାଇଁ ଏଲଭିଶଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ଡକାଇଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ହାଜର କରାଯିବ। ଏନେଇ ଆଡିସନାଲ ଡିସିପି ମନୀଷ କୁମାର ମିଶ୍ରା ସୂଚନା ଦେଇଛନ୍ତି। ପୁଲିସ ଏହି ମାମଲାରେ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ।
Powered by Froala Editor