ସାତ ଜନ୍ମର ସାଥୀ ହେଲେ ପୁଲକିତ-କ୍ରିତି

ଦ୍ଵିତୀୟ ଥର ବର ସାଜିଛନ୍ତି ପୁଲକିତ। ପୁଲକିତ ସମ୍ରାଟଙ୍କ ହାତ ଧରିଛନ୍ତି କ୍ରିତି ଖରବନ୍ଦା। ବୈଦିକ ରିତି ନୀତିରେ ପଡିଛି ହାତ ଗଣ୍ଠି। ବିବାହ ପଞ୍ଜାବୀ ରୀତିନୀତି ଅନୁଯାୟୀ ହୋଇଛି। ଏହି ନବବିବାହିତ ଷ୍ଟାର୍ କପଲଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୀର୍ଘ ଦିନର ଡେଟିଂ ପରେ ମାର୍ଚ୍ଚ ୧୫ ତାରିଖରେ ଗୁରଗାଓଁରେ ବିବାହ କରିଛନ୍ତି ଉଭୟ କ୍ରିତି-ପୁଲକିତ। ବିବାହ ବେଳର ଫଟୋକୁ ଏହି ଷ୍ଟାର୍ କପଲ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋକୁ ଶେୟାର କରି ଏହାର କ୍ୟାପସନରେ ଉଭୟ ଷ୍ଟାରକପଲ ଏକ ସୁନ୍ଦର କବିତା ଲେଖିଛନ୍ତି, ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ବେଶ୍ ପସନ୍ଦ ଆସିଛି।
ବିବାହ ଉତ୍ସବରେ ଯୋଗଦେବା ସେଲିବ୍ରିଟିମାନଙ୍କ ମଧ୍ୟରେ ଫରହାନ୍ ଅଖତର, ଶିବାନୀ ଦାଣ୍ଡେକର, ଜୋୟା ଅଖତର, ରିତେଶ ସିଦ୍ଧୱାନୀ, ଲଭ ରଂଜନ, ରିଚା ଚଢା, ଅଲି ଫଜଲ, ବରୁଣ ଶର୍ମା, ମଞ୍ଜୋତ୍ ସିଂ ଏବଂ ମିକା ସିଂଙ୍କ ନାମ ରହିଛି।
ପୁଲକିତ ସମ୍ରାଟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ୨୦୧୪ରେ ସେ ନିଜ ପୂର୍ବତନ ଗାର୍ଲଫ୍ରେଣ୍ଡ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ସେ ହେଉଛନ୍ତି ଅଭିନେତା ସଲମାନ ଖାନ୍ଙ୍କ ରାଖୀ ଭଉଣୀ। ତେବେ ୨୦୧୫ରେ ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା। ଦୁହେଁ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ। ଏବେ ସେ ପୁଣି ଥରେ ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କୁ ବିବାହ କରିଛନ୍ତି।
Powered by Froala Editor