ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ଜଣଙ୍କ ମୃତ୍ୟୁ
ଗୁଜୁରାଟର ଆଣନ୍ଦ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ, ଏକ ଇକୋ କାରରେ ଗୋଟିଏ ପରିବାରର ୧୦ ଜଣ ଯାତ୍ରା କରୁଥିଲେ । କାରଟି ସୁରଟରୁ ଭାବନଗର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଆଣନ୍ଦ ଜିଲ୍ଲାର ତାରାପୁର ଇନ୍ଦ୍ରନାଜ ଗ୍ରାମ ନିକଟରେ ଏକ ହାଇଓ୍ୱା କାରରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଟ୍ରକ୍ ମଧ୍ୟକୁ ପସିଯାଇଥିଲା । କାରଟି ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ସମସ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
Powered by Froala Editor