ଯୁଦ୍ଧାଭ୍ୟାସ୍ରେ ସାମିଲ ହେବାକୁ ଯାଉଥିବା ବେଳେ ତେଜସ କ୍ରାଶ୍
ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯୁଦ୍ଧାଭ୍ୟାସ୍ରେ ସାମିଲ ହେବାକୁ ଯାଉଥିବା ବେଳେ ବୟଜ୍ ହଷ୍ଟେଲ ନିକଟରେ ବିମାନଟି କ୍ରାଶ୍ ହୋଇ ଖସି ପଡିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଲଢୁଆ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ତେବେ ୨୩ ବର୍ଷ ଭିତର ପ୍ରଥମ ଥର ପାଇଁ ଭାରତୀୟ ସେନାର ସେବା ଯୋଗାଇ ଆସୁଥିବା ଲଢ଼ୁଆ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ମୁତାବକ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସିଧା ମେଘବାଲ ହଷ୍ଟେଲ ପାଖରେ ପଡିଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଆଖପାଖ ଅଞ୍ଚଳରେ ବ୍ୟାପକ ଧୂଆଁ ବ୍ୟାପୀ ଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ମଧ୍ୟ ହୋଇପଡିଥିଲେ।
Powered by Froala Editor