ଆନ୍ଧ୍ରରେ ବିଜେପିର '୧୭+୬+୨' ଫର୍ମୁଲା

'୧୭+୬+୨' ଫର୍ମୁଲାରେ ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବ। ତେଲୁଗୁ ଦେଶମ ପାର୍ଟି(ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଓ ଜନ ସେନା ପାର୍ଟି(ଜେଏସ୍ପି) ପ୍ରମୁଖ ପବନ କଲ୍ୟାଣ ନୂଆ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମିଶି ଆଲୋଚନା କରିବା ପରେ ଏଭଳି କିଛି ଫର୍ମୁଲା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ଶନିବାର ଏନ୍ଡିଏରେ ସାମିଲ ହୋଇଥିବା ନେଇ ସୂଚନା ଦେଇଛି ଦଳ। ଦିଲ୍ଲୀରେ ବିଜେପି ଏବଂ ଟିଡିପି ନେତାଙ୍କ ମଧ୍ୟରେ ମିଳିତ ବୈଠକରେ ପରେ ଟିଡିପି ଏନ୍ଡିଏରେ ସାମିଲ ହୋଇଛି। ଟିଡିପି ସହ ଜନସେନା ପାର୍ଟି ମଧ୍ୟ ଏନ୍ଡିଏରେ ସାମିଲ ହୋଇଥିବା ଜଣାପଡ଼ିଛି।
ବିଜେପି ଆନ୍ଧ୍ରପ୍ରଦେଶର ୬ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିପାରେ। ସେହିପରି ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜେଏସ୍ପି ୨ଟି ଓ ଟିଡିପି ଅନ୍ୟ ୧୭ଟି ଆସନରେ ନିର୍ବାଚନ ଲଢ଼ିବ। ଓ୍ୱାଇଜାଗ, ବିଜୟଓ୍ୱାଡା, ଅରାକୁ, ରାଜମପେଟ, ରାଜମୁନ୍ଦରୀ, ତିରୁପତିରେ ନିର୍ବାଚନ ବିଜେପି ଲଢ଼ିପାରେ।
ସେହିରପି ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବିଜେପି ଓ ଜେଏସ୍ପି ୩୦ଟି ବିଧାନସଭା ସିଯ୍ରେ ନିର୍ବାଚନ ଲଢ଼ିବାକୁ ସହମତି ଦେଇଛନ୍ତି। ଅନ୍ୟ ୧୪୫ଟି ଆସନରେ ଟିଡିପି ଏକା ନିର୍ବାଚନ ଲଢ଼ିବ। ତେବେ ଏ ନେଇ ଖୁବଶୀଘ୍ର ଏନ୍ଡିଏ ପକ୍ଷରୁ ଔପଚାରିକ ଘୋଷଣା କରାଯିବ।
Powered by Froala Editor