ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା
ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ହଠାତ୍ ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ । ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।
ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ଆଉ ଗୋଟିଏ କମିଶନର ପଦ ଖାଲି ପଡ଼ିଥିଲା। ଏବେ ଅରୁଣ ଗୋଏଲ ଇସ୍ତଫା ପରେ ୨ଟି ଯାକ କମିଶନର ପଦ ଖାଲି ହୋଇଯାଇଛି। କମିଶନରେ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବେ ରହିଛନ୍ତି।
ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ତେବେ ଗୋଏଲଙ୍କ ଇସ୍ତଫା ଏହାର ସମୟସୀମା ଉପରେ କୌଣସି ପ୍ରଭାବ ପକାଇବ କି ନାହିଁ ତାହା ଦେଖିବାକୁ ବାକି ରହିଲା । କାରଣ ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଦୁଇ ଦୁଇଟି କମିଶନର ପଦବୀ ଖାଲି ରହିବା ପ୍ରସ୍ତୁତିକୁ ପ୍ରଭାବିତ କରିପାରେ ।
Powered by Froala Editor