ସୋନୁ ସୁଦଙ୍କୁ ଭେଟିବାକୁ ପହଞ୍ଚିଲେ କ୍ୟାନ୍ସର ରୋଗୀ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ ଆରମ୍ଭରୁ ଆଜି ଯାଏଁ , ଲୋକମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି । ସେ ତାଙ୍କର ଏହି ମହତ୍ କାମ ପାଇଁ ଆଜି ଘରେ ଘରେ ବେଶ ଆଦରଣୀୟ ହୋଇଛନ୍ତି । ଏମିତିକି ସୋନୁ ସୁଦଙ୍କୁ ଭେଟିବା ପାଇଁ ଲୋକେ ତାଙ୍କ ଘର ବାହାରେ ପହଞ୍ଚି ଯାଉଛନ୍ତି । ସୋନୁ ସୁଦ୍ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ଦିଅନ୍ତି ନାହିଁ । ସେମାନଙ୍କୁ ଯଥା ସମ୍ଭବ ତୁରନ୍ତ ସାହାଯ୍ୟ କରନ୍ତି ।
ତେବେ ସୋମବାର ସୋନୁ ସୁଦ୍ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ କ୍ୟାନସର ରୋଗୀ ତାଙ୍କୁ ଭେଟିବାକୁ ଆସିଥିବା ଦେଖିବାକୁ ମିଳୁଛି ।
ସେ ସେୟାର କରିଥିବା ଭିଡିଓଟି ବେଶ ହୃଦୟବିଦାରକ ରହିଛି । ଜଣେ ଅଭିଶେକ ନାମକ ଯୁବକ ସୋନୁ ସୁଦଙ୍କୁ ଦେଖିବା କ୍ଷଣି କାନ୍ଦିବା ସହିତ ତାଙ୍କ ପାଦ ଛୁଉଁଛନ୍ତି । ସୋନୁ ସୁଦ୍ ତାଙ୍କୁ ଚୁପ କରାଉଥିବା ମଧ୍ୟ ନଜର ଆସୁଛନ୍ତି ।
ସୋନୁ ସୁଦ୍ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ପୁରା ଦେଶରେ ଲୋକମାନେ ଯେପରି କଠିନ ପରିସ୍ଥିତି ସହିତ ଲଢୁଛନ୍ତି ,ତାହା ବହୁତ୍ ହୃଦୟବିଦାରକ । ହେଲେ ଏବେ କୋଭିଡ ୧୯ କେସ କମୁଛି ,କିନ୍ତୁ କିଛି ପରିବାରଙ୍କ ସ୍ଥିତି ଏବେବି ଖରାପ ରହିଛି ‘ ।
ଅଭିଶେକ ଯିଏ ଶୁଣିପାରୁ ନାହାଁନ୍ତି ଏବଂ ଏବେବି ତାଙ୍କ ଚିକିସ୍ବା ଜାରି ରହିଛି । ସେ ଜଲଦୀ ସୁସ୍ଥ ହୋଇଯିବା ନେଇ ପ୍ରାର୍ଥନା କରୁଛି । ଲୋକମାନଙ୍କୁ ଅନୁରୋଧ କରୁଛି ଆଗକୁ ଆସନ୍ତୁ ,ଆମେ ସବୁ ମିଶି ଲୋକମାନଙ୍କୁ ସାହାଯ୍ୟ କରିବା । ଯାହା ଦ୍ବାରା ସେମାନେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।
Powered by Froala Editor