‘ସୈତାନ’ର ଆଡଭାନ୍ସ ବୁକିଂ ଜୋରଦାର
ବିକାଶ ବହଲଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସୈତାନ୍' ମାର୍ଚ୍ଚ ୮ରେ ସିନେମା ହଲ୍ରେ ମୁକ୍ତିଲାଭ କରିବ । ଏହି ଫିଲ୍ମକୁ ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପଠକ ଏବଂ ଅଭିଷେକ ପଠକ ପ୍ରଡ୍ୟୁସ୍ କରିଛନ୍ତି । ଏହା ବ୍ୟତୀତ ଫିଲ୍ମରେ ଆର ମାଧବନଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ।
କିଛି ଦିନ ପୂର୍ବରୁ ସୈତାନ୍ ର ଏକ ଜବରଦସ୍ତ ଟ୍ରେଲର ରିଲିଜ୍ ହୋଇଥିଲା । ଟ୍ରେଲରଟି ଦର୍ଶକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ଯାହା ପରେ ଦର୍ଶକ ଉତ୍ସାହର ସହ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି ।
ଖବର ଅସିଛି ଯେ ଫିଲ୍ମ 'ସୈତାନ୍'ର ଆଡ୍ଭାନ୍ସ ବୁକିଂ ଫେବୃଆରୀ ୪ରୁ ଆରମ୍ଭ ହୋଇଛି, ଯାହା ଫଳରେ ଫିଲ୍ମ ଏକ ଭଲ କଲେକ୍ସନ୍ କରିଛି । ପ୍ରଥମ ଦିନରେ ଫିଲ୍ମର ପ୍ରାୟ ୧୬ ହଜାର ଟିକେଟ୍ ବିକ୍ରି ହୋଇଥିଲା, ଯେଉଁ କାରଣରୁ ଏହି ଫିଲ୍ମଟି ୩୯.୮୩ ଲକ୍ଷ ଟଙ୍କା ରୋଜଗାର କରିଥିଲା । ଫିଲ୍ମ ଏପର୍ଯ୍ୟନ୍ତ ଆଡ୍ଭାନ୍ସ ବୁକିଂରେ ପ୍ରାୟ ୮୩.୭୪ ଲକ୍ଷ ଟଙ୍କା କଲେକ୍ସନ୍ କରିଛି । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।
Powered by Froala Editor