ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ତାଗିଦ : ଭାଷଣ ବେଳେ ଶବ୍ଦ ଉପରେ ସତର୍କ ହୁଅନ୍ତୁ

ଆଗକୁ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାଧାରଣ ସଭାରେ ଦେଉଥିବା ବିବୃତ୍ତି ଉପରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସଭାରେ ଭାଷଣ ଦେବା ବେଳେ ରାହୁଲ ନିଜର ଶବ୍ଦ ଉପରେ ଅଧିକ ସତର୍କତା ଓ ଯତ୍ନବାନ ହୁଅନ୍ତୁ ବୋଲି କମିଶନ କହିଛନ୍ତି।
ରାହୁଲ ଗାନ୍ଧି ସାଧାରଣ ସଭାରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପନୌତି ଓ ପକେଟ ମାର ଭଳି ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ତାଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପନୌତି ଭଳି ଶବ୍ଦ ବ୍ୟବହାର କରି ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗ ମଧ୍ୟ ନୋଟିସ ପଠାଇଛନ୍ତି। ନିର୍ବାଚନ ଆୟୋଗ ମାର୍ଚ୍ଚ ୧ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି ଏବଂ ପ୍ରଚାର ସମୟରେ ତାଙ୍କୁ ବିଶେଷ ଧ୍ୟାନ ନେବାକୁ କହିଛନ୍ତି।
Powered by Froala Editor