ଆଜି ରଜ ସଂକ୍ରାନ୍ତି
ଭୁବନେଶ୍ୱର: ଆଜି ଓଡିଶାର ଗଣପର୍ବ ରଜର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ତିନି ଦିନ ଧରି ପାଳନ ହେଉଥିବା ରଜ ପର୍ବର ଆଜି ହେଉଛି ଦ୍ୱିତୀୟ ଦିନ। ତେବେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ପର୍ବକୁ ଫିକା କରିଛି କରୋନା ମହାମାରୀ। ଘରେ ରହି ପିଠା ପଣା ଖାଇବା ସହ ଦୋଳି, ଲୁଡୁ ଏବଂ ତାସ ଖେଳି ପରିବାର ସହିତ ରଜ ପାଳୁଛନ୍ତି ରାଜ୍ୟବାସୀ। ଅନ୍ୟପଟେ ଆଜି ରଜ ସଂକ୍ରାନ୍ତିରୁ ବର୍ଷା ରତୁର ଆରମ୍ଭ ଏବଂ ସାରା ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ଥିବାରୁ ଭଲ ବର୍ଷା ହେବା ଆଶାରେ ଚାଷୀ ମନରେ ସୃଷ୍ଟି ହୋଇଛି ଆନନ୍ଦର ଲହରୀ।
ଚଳିତ ବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହର ପାଇଁ ସାମାନ୍ୟ ଫିକା ପଡ଼ିଲା ରଜ। ସାଙ୍ଗସାଥିମାନଙ୍କ ସହ ମିଶି ଖେଳ ସାଙ୍ଗକୁ ଦୋଳିର ମଜା ନେଇପାରୁନାହାନ୍ତି ପିଲାମାନେ। କିନ୍ତୁ ଘରେ ରହି ସମସ୍ତେ ପାଳନ କରୁଛନ୍ତି ରଜ ପର୍ବ।
Powered by Froala Editor