ଇସ୍ରାଏଲରେ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଡ଼, ଭାରତୀୟ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟରେ ଲେବାନନରୁ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଦକ୍ଷିଣ କେରଳର ପାଟନିବିନି ମ୍ୟାକ୍ସୱେଲ ବୋଲି ଜଣାପଡିଛି। ଆହତମାନେ ହେଲେ ଇଡୁକି ଜିଲ୍ଲାର ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ୍। ଉଭୟଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସ୍ଥିର ଥିବା ଜଣାପଡ଼ିଛି । ତେବେ ହଜବୁଲ ପକ୍ଷରୁ ଏହି ଆକ୍ରମଣ କରାଯାଉଥିବା କୁହାଯାଉଛି । ଗାଜା ଷ୍ଟ୍ରିପରେ ଚାଲିଥିବା ଯୁଦ୍ଧକୁ ହଜବୁଲ ସମର୍ଥନ କରିବା ସହ ଅକ୍ଟୋବର ୮ ତାରିଖରୁ ଉତ୍ତର ଇସ୍ରାଏଲରେ ପ୍ରତିଦିନ ରକେଟ୍, ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଆସୁଛି ।
Powered by Froala Editor