ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍ସର

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ପୀଡିତ। ସୌର ମିଶନ ଆଦିତ୍ୟ ଏଲ -୧ ଲଞ୍ଚ ହେବା ଦିନ ଜାଣି ସାରିଥିଲେ। ନିକଟରେ ଏକ ସାକ୍ଷାତକାର ସମୟରେ ସେ ନିଜେ ଏହି ଗମ୍ଭୀର ରୋଗ ବିଷୟରେ ପ୍ରକାଶ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ତାଙ୍କ ମୁହଁରେ ଏହାକୁ ନେଇ ଦୁଃଖ ପ୍ରକାଶ କରିଥିବା ଦେଖି ନାହାଁନ୍ତି।
ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସେତେବେଳେ ଠିକ୍ ଭାବେ କିଛି ଜଣା ପଡିନଥିଲା। ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-୧ ମିଶନ ଲଞ୍ଚ ବେଳେ ରୋଗ ଜଣାପଡିଥିଲା। ପେଟର ସ୍କାନ୍ କରିବା ବେଳେ ଭିତରେ କିଛି ବଢ଼ୁଥିବା ଜଣାପଡିଥିଲା। ଏହାପରେ ଡାକ୍ତରମାନେ ଏହାକୁ କ୍ୟାନ୍ସର ବୋଲି କହିଥିଲେ। ଏହି ଖବର ଜଣାପଡିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡିଥିଲେ ବୋଲି ସେ କହିଛନ୍ତି।
ତାଙ୍କର ସର୍ଜରୀ କରାଯାଇଥିଲା। ପରେ ତାଙ୍କର କେମୋଥେରାପି ଚାଲିଲା। ଏବେ ଏଭଳି ଆଉ କିଛି ନାହିଁ। ଏବେ ସେ ପୂରାପୁରି ସୁସ୍ଥ ଅଛନ୍ତି। ବର୍ତ୍ତମାନ କେବଳ ଔଷଧ ଜାରି ରହିଛି ବୋଲି ସେ କହିଛନ୍ତି।
Powered by Froala Editor