ଆଜି ଲୋକାର୍ପିତ ହେବ ବରମୁଣ୍ଡା ବସ ଟର୍ମିନାଲ

ଭୁବନେଶ୍ୱର: ଶୁକ୍ରବାର ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ପ୍ରାୟ ୨୧୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଯାତ୍ରୀଙ୍କ ରହଣୀ ପାଇଁ ବିଶ୍ରାମ ସ୍ଥାନ, ଲିଫ୍ଟ, ଏସ୍କେଲେଟର, ଟଇକେ କାଉଣ୍ଟର, ଏଟିଏମ୍, କୋରିୟର ସେବା, ପୁଲିସ ଆଉଟପୋଷ୍ଟ, ଫୁଡ କୋର୍ଟ, ଲଗେଜ ସ୍କାନର, କରିଡର, ଶୌଚାଳୟ ସମେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।
କେବଳ ସେତିକି ନୁହେଁ ବସ୍ ଚଳାଚଳ ସୁବିଧାକୁ ଆଖି ଆଗରେ ରଖି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ କାର୍ଡ଼ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଟ୍ରାଏଲ ରନ୍ ହୋଇସାରିଛି । ଟର୍ମିନାଲ ଭିତରେ ମିଶନ ଶକ୍ତି କାଫେ, ମିଲେଟ ଶକ୍ତି କାଫେ, ଆହାର କେନ୍ଦ୍ର ହୋଇଛି । ଏଥିସହ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ପାଠାଗାର ରହିବ ।
Powered by Froala Editor