‘ହନିମୁନ ପାଇଁ ମଣ୍ଟେ କାର୍ଲୋ ନେଇଯିବି’ କହି ଗାୟିକାଙ୍କ ଠାରୁ ମାଡ଼ ଖାଇଲେ ହାସ୍ୟ ଅଭିନେତା

ପାକିସ୍ତାନର ଲାଇଭ୍ ସୋରେ ମାଡ ଖାଇଲେ ହାସ୍ୟ ଅଭିନେତା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । କଥା କ’ଣ କି, ଲାଇଭ୍ ସୋ’ରେ ପାକିସ୍ତାନର ପ୍ରସିଦ୍ଧ ଗାୟିକା ଶାଜିଆ ମଞ୍ଜୁରଙ୍କୁ ହନିମୁନ ସହ ଜଡ଼ିତ ପ୍ରଶ୍ନ ପଚାରିଥିଲେ ହାସ୍ୟ ଅଭିନେତା ଶେରି ନନ୍ହା ।
ଏହି ପ୍ରଶ୍ନ ଶୁଣି ଶାଜିଆ ରାଗିଯାଇ ଶେରିଙ୍କୁ ମାଡ଼ ମାରିଥିଲେ। ଶେରି ପଚାରିଥିଲେ ଯେ, ‘ଯଦି ଆମେ ବିବାହ କରିବା ତେବେ ମୁଁ ତୁରନ୍ତ ତୁମକୁ ହନିମୁନ୍ ପାଇଁ ମଣ୍ଟେ କାର୍ଲୋକୁ ନେଇଯିବି। ତୁମେ ବିମାନରେ କେଉଁ ଶ୍ରେଣୀରେ ଯିବାକୁ ଚାହିବ ତାହା ମୋତେ କହିପାରିବ କି?’ ଏହା ଶୁଣି ଶାଜିଆ ରାଗକୁ ନିୟନ୍ତ୍ରଣ କରିପାରିନଥିଲେ। ତୁରନ୍ତ ସେ ନିଜ ଆସନରୁ ଉଠି ଆସି ଶେରିଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ମାଡ଼ ମାରି ସେ କହିଥିଲେ, ‘ତୁମକୁ ଲାଜ ଲାଗୁନାହିଁ ଏଭଳି କହୁଛ। ପୂର୍ବଥର ମଧ୍ୟ ଏଭଳି ଅଶାଳୀନ କଥା କହିଥିଲ। ହେଲେ ପରେ ଥଟ୍ଟା କରୁଛ ବୋଲି କହିବାରୁ ମୁଁ କିଛି କହିନଥିଲି। ହେଲେ ଏବେ ପୁଣି ଏଭଳି ଅଜବ ପ୍ରଶ୍ନ ମୋତେ ପଚାରୁଛ। ’
ଏହି ଘଟଣା ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଶାଜିଆ ମଞ୍ଜୁର ହାସ୍ୟ ଅଭିନେତାଙ୍କ ଉପରେ ରାଗିଯାଇ ତାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି।
Powered by Froala Editor