୧୯୯୩ ସିରିଜ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସୟଦ ଅବଦୁଲ କରିମ ଟୁଣ୍ଡା କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛ।
ତାଙ୍କ ଓକିଲ ଶଫକତ ସୁଲତାନି କହିଛନ୍ତି ଯେ ଅବଦୁଲ କରିମ ଟୁଣ୍ଡା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। କୋର୍ଟ ପ୍ରତ୍ୟେକ ଧାରା ଏବଂ ପ୍ରତ୍ୟେକ ଆକ୍ଟରୁ ଅବଦୁଲ କରିମ ଟୁଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ଏହି ନିଷ୍ପତ୍ତିରେ କହିଛନ୍ତି ଯେ ଟୁଣ୍ଡାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ।
୬ ଡିସେମ୍ବର ୧୯୯୩ରେ, ବାବ୍ରି ମସଜିଦ ଭାଙ୍ଗିବାର ପ୍ରଥମ ବାର୍ଷିକୀ, ଦେଶର ଅନେକ ଟ୍ରେନରେ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏହି ମାମଲାରେ ଅବଦୁଲ କରିମ ଟୁଣ୍ଡା ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ ହୋଇଥିଲା। ଏହି ବିସ୍ଫୋରଣ ଦେଶର କୋଟା, ସୁରଟ, କାନପୁର, ସିକନ୍ଦରାବାଦ, ମୁମ୍ବାଇ ଏବଂ ଲକ୍ଷ୍ନୌ ଟ୍ରେନରେ ଘଟିଛି।
ସୟଦ ଅବଦୁଲ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ଜଣେ ସଦସ୍ୟ ବୋଲି କୁହାଯାଏ। ୨୦୧୩ରେ ଭାରତ-ନେପାଳ ସୀମାରୁ ପୁଲିସ ତାକୁ ଗିରଫ କରିଥିଲା। କିନ୍ତୁ ବମ୍ବେରେ ହୋଇଥିବା ସିରିଜ୍ ବ୍ଲାଷ୍ଟ ଘଟଣାରେ ସାକ୍ଷ୍ୟ, ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Powered by Froala Editor