କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ବିକ୍ରମାଦିତ୍ୟ

ହିମାଚଳ ପ୍ରଦେଶ ସରକାରରେ ଟଳ ମଳ ଅବସ୍ଥାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଆସନ। ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ରାଜ୍ୟ ସଭା ଆସନ ବିଜେପିକୁ ଯିବା ସହିତ ରାଜ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଏହି ସମୟରେ ବୁଧବାର ଜନସମ୍ପର୍କ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀ କରି ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କୁ ଅଣଦେଖା କରିଥିବା ସେ ଅଭିଯୋଗ ଆଣିଛନ୍ତି।
Powered by Froala Editor