ଇସ୍ତଫା ଖବର ଗୁଜବ, ମୁଁ ଜଣେ ଯୋଦ୍ଧା ଲେଢ଼ଇ କରିବି : ସୁଖବିନ୍ଦର ସିଂହ

ହିମାଚଳ ପ୍ରଦେଶରେ ଜାରି ରହିଛି ରଜନୈତିକ ସଙ୍କଟ। ଏହାରି ଭିତରେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି, ମୁଁ ଇସ୍ତଫା ଦେଇ ନାହିଁ। ମୋର ଇସ୍ତଫା ଖବର ଏକ ଗୁଜବ। ଆମ ସରକାର ସ୍ଥିର ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସଭା ନିର୍ବାଚନ ପରେ ଯେଉଁ ପରିସ୍ଥିତି ଉପୁଜିଛି, ତାହା ସତ୍ତ୍ୱେ ମଧ୍ୟ ଆମ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତଙ୍କର ବିଜେପିର ଅନେକ ବିଧାୟକ ଆମ ସମ୍ପର୍କରେ ଅଛନ୍ତି। ବିଜେପି ଭଲ ଡ୍ରାମା କରୁଛି। ମୁଁ ଇସ୍ତଫା ଦେଇଥିବା ଖବର କେବଳ ଏକ ଗୁଜବ। ମୁଁ ଜଣେ ଯୋଦ୍ଧା। ଯୋଦ୍ଧା ଭଳି ମୁଁ ଲେଢ଼ଇ କରିବି। ଆମେ ନିଶ୍ଚିତ ଜିତିବୁ।' ଏହା ପୂର୍ବରୁ ଖବର ଆସିଥିଲା କି ଦଳରେ ଚାଲିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖୁ ପଦରୁ ଇସ୍ତଫା ଦେବା ନେଇ ପ୍ରସ୍ତାବ ଦେଇଛନ୍ତି।
Powered by Froala Editor