ପାକିସ୍ତାନର ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ମରିୟମ, ବିରୋଧ କଲେ ଇମ୍ରାନ
ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ମିଳିଛି ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ୫୦ ବର୍ଷୀୟ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଇଛନ୍ତି। ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ବରିଷ୍ଠ ଉପ ସଭାପତି ମରିୟମ ମୁଖ୍ୟମନ୍ତ୍ରୀ ପାଇଁ ହୋଇଥିବା ନିର୍ବାଚନରେ ବାଜିମାତ କରିଛନ୍ତି। ମରିୟମ ପିଟିଆଇ ସମର୍ଥିତ ଏସ୍ଆଇସି ପ୍ରାର୍ଥୀ ରାଣା ଅଫତାବକୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମରିୟମ ନୱାଜଙ୍କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରିବାକୁ ମନା କରିଛି। ଏହା ସହିତ ଇମ୍ରାନଙ୍କ ଦଳ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଇଁ ସମାନ୍ତରାଲ ବୈଠକ ଡକାଇବାକୁ ଯୋଜନା କରିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କରାଯିବ ବୋଲି ପିଟିଆଇ କହିଛି।
ମରିୟମ ନୱାଜଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପରେ ପିଟିଆଇ ଏହାକୁ ବିରୋଧ କରିବାରେ ଲାଗିଛି। ଦଳ କହିଛି ମରିୟମ ଜନାଦେଶ ଚୋରି କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
Powered by Froala Editor