ଅନ୍ୟ ଯୁବକ ସହ କଥା ହେଉଥିବା ଜାଣି ପ୍ରେମିକାକୁ ଜାଳିଦେଲା ପ୍ରେମିକ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଛି ବୀରମହାରାଜପୁରର ପୁଲିସ୍। ମୃତକ ହେଲେ ୨୪ ବର୍ଷୀୟା ମନ୍ଦାକିନୀ ପଟନିଆ। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଲିଙ୍ଗ ଦେହୁରୀକୁ ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ, ମୃତକ ମନ୍ଦାକିନୀ ପଟନିଆ ଓ ଅଭିଯୁକ୍ତ ଲିଙ୍ଗ ଦେହୁରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବା ଲିଙ୍ଗ ଶୁଣିବାକୁ ପାଇଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଲିଙ୍ଗ ରାଗିଯାଇ ମନ୍ଦାକିନୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ମନ୍ଦାକିନୀଙ୍କ ମୃତଦେହକୁ ନେଇ ନିଆଁ ଲଗାଇ ଦେଇଥିଲେ।
Powered by Froala Editor