ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ : ବୋର୍ଡ ଉପସଭାପତି

ଭୁବନେଶ୍ୱର: ଦଶମ ପରୀକ୍ଷାରେ ପୁଣି ସାମ୍ନାକୁ ଆସିଲା ଅନିୟମିତତା। ସୋମବାର ଗଣିତ ପରୀକ୍ଷା ଥିଲା ବେଳେ ପରୀକ୍ଷା ସରିବାର ଯଥେଷ୍ଠ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଉତ୍ତର ସହିତ ଘୂରିବୁଲୁଥିବାରୁ କେଉଁ ଅଞ୍ଚଳରୁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।
ତେବେ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ”ଭାଇରାଲ ହୋଇଥିବା ସମାନ ପ୍ରଶ୍ନପତ୍ର ପରୀକ୍ଷାରେ ପଡିଥିଲା।” C ଓ D ସେଟ୍ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଥିବା ସେମାନେ କହିଥିଲେ। ପରୀକ୍ଷା ହଲ୍ରୁ ବାହାରିବା ପରେ ପ୍ରଶ୍ନପତ୍ର ଲିକ୍ ଖବର ଶୁଣି ଚିନ୍ତା ପ୍ରକଟ କରିଛନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ସେମାନେ କହିଛନ୍ତି ଯେ, ଏହା ଚାପ ପକାଉଛି ଯେଉଁଠି ହୋଇଛି ସେଠି କାର୍ୟ୍ୟାନୁଷ୍ଠାନ ହେଉ।
ତେବେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡର ଖଣ୍ଡନ କରିଛି। ବୋର୍ଡ ସଭାପତି ଓ ଉପସଭାପତି ଏହି ଖବରକୁ ଖଣ୍ଡନ କରି କହିଛନ୍ତି ୧୧ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ବାହାରକୁ ଆସିଛି। ଏହା ପୂର୍ବରୁ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ତେଣୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ ବୋଲି କହିଛନ୍ତି ବୋର୍ଡ ଉପସଭାପତି।
Powered by Froala Editor