୨୭ ଯାଏ ବର୍ଷା

ଭୁବନେଶ୍ୱର : ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୭ରେ ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ସେବେଯାଏ ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି, ଆସନ୍ତା ୬ ତାରିଖ ଯାଏ ଦିନ ତାପମାତ୍ରା କମ୍ ରହିବ । ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ ଯୋଗୁ ତାତି ଅନୁଭୂତ ହେବନି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ଡିଗ୍ରୀ ପାଖାପାଖି ରହିବ ।
Powered by Froala Editor