ଶିଖ୍ ରୀତିରେ ବାହା ହେଲେ ରକୁଲ-ଜ୍ୟାକି
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ । ଏହି ଯୋଡ଼ି ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଆଇଟିସି ଗ୍ରାଣ୍ଡ ସାଉଥ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶିଖ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମାପ୍ତ ହୋଇଛି। ଏବେ ନବ ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି।
ବିବାହ ଫଟୋରେ ନବବଧୂ ରକୁଲ ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧିଥିବା ବେଳେ ଜ୍ୟାକି ଧୂସର ରଙ୍ଗର ସାଲଓ୍ଵାର ସୁଟ୍ ପିନ୍ଧିଛନ୍ତି। ଉଭୟଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଆଉ ଗୋଟିଏ ଫଟୋରେ ଜ୍ୟାକି ରକୁଲଙ୍କ ମଥାରେ ସିନ୍ଦୂର ଭରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକ ନବ ଦମ୍ପତିକୁ ବିବାହର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି।
ଜ୍ୟାକି ଓ ରକୁଲ ଅନେକ ବର୍ଷ ଧରି ପରସ୍ପରକୁ ଭଲ ପାଇ ଆସୁଥିଲେ। ୨୦୨୧ରେ ଉଭୟ ଆନୁଷ୍ଠାନିକ ଭାବେ ନିଜର ପ୍ରେମ ସଂପର୍କକୁ ସ୍ଵୀକାର କରିଥିଲେ। ତା ପରଠୁ ଯୋଡ଼ିଙ୍କୁ ଅନେକ ଥର ସର୍ବ ସାଧାରଣ ସ୍ଥାନରେ ଦେଖିବାକୁ ମିଳିଥିଲା। ଗୋଆରେ ବିବାହର ଗୋଟିଏ ଦିନ ପୂର୍ବରୁ ଯୋଡ଼ି ମୁମ୍ବାଇରେ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିଲେ।
Powered by Froala Editor