ପୁଣି ବାପା ହେବା ପରେ କୋହଲିଙ୍କୁ ଶୁଭେଚ୍ଛା ସୁଅ, AI ଫଟୋ ଭାଇରାଲ
ପୁଣି ବାପା ହୋଇଛନ୍ତି ବିରାଟ କୋହଲି । ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜେ ବିରାଟ ପୂରା ବିଶ୍ୱକୁ ଜଣାଇଛନ୍ତି। ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।
ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି। ଏଥିରେ ବିରୁଷ୍କା କହିଛନ୍ତି ଯେ ପୁତ୍ର ସନ୍ତାନର ଜନ୍ମ ଫେବୃଆରୀ ୧୫ରେ ହୋଇଥିଲା। ବର୍ତ୍ତମାନ ସମୟରେ ଫ୍ୟାନ୍ସଙ୍କୁ ସେମାନେ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି। ସୋଶାଲ ମିଡିଆରେ ବିରୁଷ୍କା ଏପରି ପୋଷ୍ଟ କରିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ତେବେ ଭଗବାନ ଶିବ ନାମ ଅନୁସାରେ କୋହଲି ତାଙ୍କ ପୁଅଙ୍କ ନାମ ଏଭଳି ରଖିଥିବା କୁହାଯାଇଛି । ଝିଅଙ୍କ ନାମ ଭାମିକା ରହିଥିବାବେଳେ ବିରାଟଙ୍କ ନାମ ଆରମ୍ଭରେ ରହିଥିଲା । ଏବେ ପୁଅ ନାମ ଅକାୟ ରହିଥିବାବେଳେ ଅନୁଷ୍କାଙ୍କ ପ୍ରଥମ ଅକ୍ଷର ରହିଛି । ଭାମିକା ହେଉଛି ମା ଦୁର୍ଗାଙ୍କ ଏକ ନାମ । ତେବେ ଭଗବାନଙ୍କ ନାମରେ ଉଭୟ ପିଲାଙ୍କ ନାମ ରଖିଥିବାବେଳେ ଏହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖୁଛନ୍ତି ।
ଯଦିଓ ଏଯାବ କୋହଲି ତାଙ୍କ ପୁଅଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି କିନ୍ତୁ ଫ୍ୟାନ୍ସମାନେ ଗୋଟିଏ ପାଦ ଆଗକୁ ଯାଇ AI ଫଟୋ ପୋଷ୍ଟ କରିଛନ୍ତି । ଯାହାକି ବେଶ ଭାଇରାଲ ହେବାରେ ଲାଗିଛି ।
ଫଟୋରେ କୋହଲି ବ୍ୟାଟିଂ କରୁଥିବାବେଳେ ତାଙ୍କ ପୁଅ ଟିଭି ସାମନାରେ ବସି ଦେଖୁଛନ୍ତି । ଏବଂ ଅନ୍ୟ ଏକ ଫଟୋରେ ଫ୍ୟାମିଲି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି କିଛି ଫଟୋକୁ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।
ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ। ୨୦୨୧ ମସିହା ଜାନୁଆରୀ ୧୧ରେ ଅନୁଷ୍କା ପ୍ରଥମେ କନ୍ୟା ସନ୍ତାନ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ ୨୦୨୪ ଫେବୃଆରୀ ୧୫ରେ ଅକାୟ ଜନ୍ମ ହୋଇଛନ୍ତି।
Powered by Froala Editor