ବିନା ଲଢ଼େଇରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୋନିଆ
ବିନା ନିର୍ବାଚନରେ ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ତିନିଜଣ ପ୍ରାର୍ଥୀ ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରମାଣପତ୍ର ସଂଗ୍ରହ କରିବାକୁ ପିସିସି ମୁଖ୍ୟ ଗୋବିନ୍ଦ ଦୋଟାସରା ବିଧାନସଭାରେ ପହଞ୍ଚିଥିଲେ। ରିଟର୍ଣ୍ଣିଂ ଅଫିସର ମହାବୀର ପ୍ରସାଦ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସୋନିଆ ଗାନ୍ଧୀଙ୍କ ସହ ବିଜେପିର ଚୁନ୍ନିଲାଲା ଗରସିୟା ଓ ମଦନ ରାଠୋର ମଧ୍ୟ ରାଜସ୍ଥାନ ରାଜ୍ୟସଭା ପାଇଁ ବିନା ଲଢ଼େଇରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
ଫେବୃଆରୀ ୨୦ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଥିଲା । ନାମାଙ୍କନ ପ୍ରତ୍ୟାହାର ପାଇଁ ନିର୍ଦ୍ଧାରିତ ସମୟ ଘୋଷଣା ହେବା ପରେ ମଙ୍ଗଳବାର ଫଳାଫଳ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଗଲା। ଏହା ପରେ ରିଟର୍ଣ୍ଣିଂ ଅଫିସର ତିନିଜଣ ପ୍ରାର୍ଥୀଙ୍କୁ ବିନା ନିର୍ବାଚନରେ ଘୋଷଣା କରିଥିଲେ।
ଗତଥର କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇଥିଲା। ସିଂଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନକୁ ଦଳ ପାଇଁ ସବୁଠାରୁ ସୁରକ୍ଷିତ ବୋଲି ବିଚାର କରି ଏଠାରୁ ରାଜ୍ୟ ସଭାକୁ ପଠାଯାଇଛି।
Powered by Froala Editor