ମାଟ୍ରିକ୍ ପରୀକ୍ଷା: ପ୍ରଥମ ଦିନର ମାତୃଭାଷା ପରୀକ୍ଷା ସରିଲା
କଟକ : ସରିଲା ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା । ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ପ୍ରଶ୍ନପତ୍ରକୁ ନେଇ ବେଶ୍ ସନ୍ତୋଷ ପ୍ରକାଶ କରିଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି । ପରୀକ୍ଷା ପ୍ରଶ୍ନ ଆଶାନୁରୂପ ଥିଲା ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି । ମାତୃଭାଷାର ପ୍ରଶ୍ନପତ୍ର ଖୁବ୍ ଭଲ ଥିଲା ଓ ପରୀକ୍ଷା ଆଶାନୁରୂପ ହୋଇଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି ।
ସେପଟେ ପରୀକ୍ଷା ୯ଟା ବେଳେ ଆରମ୍ଭ ହେଉଥିବା ବେଳେ ସକାଳ ସାଢେ ୭ଟାରୁ ପରୀକ୍ଷା ହଲକୁ ପ୍ରବେଶ କରିବା ବ୍ୟବସ୍ଥାକୁ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାରଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସୁପରିଚାଳାଳା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବନ୍ଦୋବସ୍ତ କରିଛି । ପ୍ରଥମ ଥର ଲାଗି ମାଟ୍ରିକ ପରୀକ୍ଷା ପରିଚାଳନକୁ ୱାଚ୍ କରୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ।
ସେପଟେ ମାଟ୍ରିକ୍ ପରୀକ୍ଷାକୁ ନିୟନ୍ତ୍ରଣ କରୁଛି ଏଆଇ କଣ୍ଟ୍ରୋଲ ରୁମ୍ । ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟ ପରିସରରେ କଣ୍ଟ୍ରୋଲ ରୁମ୍ ହୋଇଛି । ୭ଟା ସ୍କ୍ରିନ୍ ଲାଗିଛି । ଯେଉଁଠାରୁ ପୁରା ରାଜ୍ୟର ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଉପରେ ନଜର ରହିବ । ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରା ଦ୍ବାରା ଯୋଡ଼ାଯାଇଛି । ଏପରିକି କିଛି ପରୀକ୍ଷାକେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂର ବ୍ୟବସ୍ଥା ମଧ୍ୟ ହୋଇଛି ।
Powered by Froala Editor