ପତ୍ନୀଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କଲେ ଜାଡେଜା
ଘର ଭିତରେ ଫାଟ ସୃଷ୍ଟି ହେବା ପଛରେ ରବୀନ୍ଦ୍ର ଜାଡେଜାଙ୍କ ବାପା ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। ବାପାଙ୍କ ଏପରି କଥାକୁ ମୂଲ୍ୟହୀନ ବୋଲି କହିଥିବା ଜାଡେଜା ଏବେ ପତ୍ନୀଙ୍କୁ ପୁଣି ସମର୍ଥନ କରିଛନ୍ତି। ରବୀନ୍ଦ୍ର ଜାଡେଜା ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାରକୁ ତାଙ୍କ ପତ୍ନୀଙ୍କୁ ଉତ୍ସର୍ଗ କରିଛନ୍ତି। ପତ୍ନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରିଛନ୍ତି। ସେ ତାଙ୍କୁ ସବୁ ପ୍ରକାରର ସମୟରେ ମାନସିକ ଭାବେ ସମର୍ଥନ କରୁଥିବା ଜାଡେଜା କହିଛନ୍ତି।
ରାଜକୋଟରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ବିଶାଳ ୪୩୪ ରନରେ ପରାସ୍ତ କରିଥିଲା। ଏହି ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନର ଇନିଂସ ଖେଳିଥିବା ଜାଡେଜା ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା।
ବିସିସିଆଇ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ତାଙ୍କ ସଫଳତା ବିଷୟରେ ଜାଡେଜା କହିଛନ୍ତି, ଦ୍ୱିତୀୟ ଇନିଂସରେ ୫ ଉଇକେଟ୍ ନେବା ଏକ ବିଶେଷ ଅନୁଭବ। ନିରନ୍ତର ମାନସିକ ସମର୍ଥନ ପାଇଁ ତାଙ୍କ ପତ୍ନୀଙ୍କୁ କୃତଜ୍ଞତା ଜଣାଇ ସେ କହିଛନ୍ତି, ଏହି ପୁରସ୍କାର ମୋ ପାଇଁ ସ୍ବତନ୍ତ୍ର କାରଣ ଏହା ମୋ ଘର ଗ୍ରାଉଣ୍ଡରେ ଦିଆଯାଇଛି। ମୁଁ ଏହି ପୁରସ୍କାରକୁ ମୋ ପତ୍ନୀଙ୍କୁ ଉତ୍ସର୍ଗ କରିବାକୁ ଚାହେଁ, ଯିଏ ସର୍ବଦା ମୋର ଶକ୍ତି ସ୍ତମ୍ଭ ହୋଇଆସିଛନ୍ତି ଏବଂ ମୋତେ ନିରନ୍ତର ଆତ୍ମବିଶ୍ୱାସ ପ୍ରଦାନ କରନ୍ତି।
Powered by Froala Editor