ନୂଆ ଦଳ ଗଢ଼ିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ସମାଜବାଦୀ ପାର୍ଟିରେ ଉପେକ୍ଷା ଦର୍ଶାଇ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଏଥିପାଇଁ ସେ ନୂଆ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାଁ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ହେବ। ସୋଶାଲ ମିଡିଆ ଜରିଆରେ ସେ ତାଙ୍କ ଦଳର ପତାକା ଲଞ୍ଚ କରି ଏହି ସୂଚନା ଦେଇଛନ୍ତି। ନୀଳ, ଲାଲ ଓ ସବୁଜ ରଙ୍ଗକୁ ମିଶାଇ ତାଙ୍କର ଦଳୀୟ ପତାକା ତିଆରି କରାଯାଇଛି।
ସେ ଫେବୃଆରୀ ୨୨ରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ରାଲିରେ ସମ୍ବୋଧିତ କରିବେ। । ଏହି ଦିନ ସେ ନିଜ ନୂଆ ଦଳ ଘୋଷଣା କରିବେ ବୋଲି ସୂଚନା ରହିଛି। ତେବେ ସେପଟେ ବରିଷ୍ଠ ଏସପି ନେତା ରାମ ଗୋବିନ୍ଦ ଚୌଧୁରୀ ତାଙ୍କୁ ବୁଝାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି।
ନିକଟରେ ଅଖିଳେଶ ଯାଦବଙ୍କ ସାମାଜବାଦୀ ପାର୍ଟିରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଉପେକ୍ଷା ହେଉଥିବା ଅଭିଯୋଗ କରି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।
Powered by Froala Editor