୧୭ ଥର ଗର୍ଭବତୀ କହି ସରକାରଙ୍କ ଠାରୁ ୯୮ ଲକ୍ଷ ନେଇଛନ୍ତି ଏହି ମହିଳା
ଇଟାଲୀର ଜଣେ ମହିଳା ସରକାରୀ ଲାଭ ଉଠାଇବାକୁ ୧୭ ଥର ଗର୍ଭବତୀ ଥିବା କହିଛନ୍ତି । ଏଭଳି ଅଦ୍ଭୁତ ଘଟଣା ସାମ୍ନାକୁ ଆସିବା ପରେ ଆଶ୍ଚର୍ଯ୍ୟ କରିଛି । ଏହି ଜାଲିଆତି ସାମ୍ନାକୁ ଆସିବା ପରେ ମହିଳା ଜଣଙ୍କ ୧୧୦,୦୦୦ ୟୁରୋ ଅର୍ଥାତ ପ୍ରାୟ ୯୮ ଲକ୍ଷ ଟଙ୍କା ସରକାରୀ ସୁବିଧା ପାଇ ସାରିଥିଲେ।
୫୦ ବର୍ଷିୟ ବାରବରା ଇଓଲେ ପ୍ରାୟ ୨୪ବର୍ଷ ଧରି ଏହି ଠକେଇ ଚଳାଇ ଆସୁଥିଲେ । ମହିଳା ଜଣଙ୍କ କହିଛନ୍ତି, ଯେ ସେ ଗତ ବର୍ଷ ଡିସେମ୍ବରରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ମହିଳା ଜଣଙ୍କ ପ୍ରକୃତରେ ସନ୍ତାନକୁ ଜନ୍ମ ଦେଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଅଧିକାରୀମାନେ ଅନୁସନ୍ଧାନ ଆରମ୍ଭ କରିବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ, ମହିଳା ଜଣଙ୍କ ଗର୍ଭବତୀ ଦେଖାଇବା ପାଇଁ ତକିଆ ବ୍ୟବହାର କରୁଥିଲେ। ଯାହାଫଳରେ କେହି ତାଙ୍କୁ ସନ୍ଦେହ କରୁନଥିଲେ। କିନ୍ତୁ ପଞ୍ଚମ ଥର ପାଇଁ ତାଙ୍କର ମିଥ୍ୟା ଧରାପଡିଗଲା।
ଅନ୍ୟପଟେ ବାରବରା ଦାବି କରିଛନ୍ତି, ସେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ୧୨ ଟି ଗର୍ଭପାତ କରିଛନ୍ତି। ଏଥିପାଇଁ ତାଙ୍କୁ ସରକାରୀ ସୁବିଧା ଭାବରେ ୯୫ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ଏହା ବ୍ୟତୀତ ସେ ପ୍ରତ୍ୟେକ ଗର୍ଭଧାରଣ ଏବଂ ଗର୍ଭପାତ ନାମରେ ମାତୃତ୍ୱ ଛୁଟି ମଧ୍ୟ ନେଉଥିଲେ।
Powered by Froala Editor