ବିବାହ ପାଇଁ ଗୋଆରେ ରାକୁଲ-ଜ୍ୟାକୀ

୨୧ ଫେବୃଆରୀ ଦିନ ରାକୁଲ ପ୍ରୀତ ସିଂହ ଏବଂ ଜ୍ୟାକୀ ଭଗନାନୀ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ବର୍ତ୍ତମାନ ଦୁହେଁ ବିବାହ ପାଇଁ ଗୋଆରେ ପହଞ୍ଚିଛନ୍ତି।ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏହି ଦୁଇ ଷ୍ଟାର ନିଜ ଫ୍ୟାମିଲି ସହ ଗୋଆ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି ।
ଏହି ସମୟରେ, ରକୁଲଙ୍କୁ କମଳା ରଙ୍ଗର କର୍ଡ-ସେଟରେ ଦେଖିବାକୁ ମିଳିଥିବାବେଳେ ଅଭିନେତା ଏକ ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ସେମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଭିଡିଓରେ କମେଣ୍ଟସର ସୁଅ ଛୁଟିଛି ।
ରାକୁଲ ଏବଂ ଜ୍ୟାକୀ ଗୋଆର ସମୁଦ୍ର କୂଳରେ ଇକୋଫ୍ରେଣ୍ଡଲୀ ୱେଡିଙ୍ଗ କରିବେ । ରାକୁଲ ପ୍ରୀତ ଏବଂ ଜ୍ୟାକୀ ଭଗନାନୀ ବିବାହ ଦିନ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କପଲ ବିବାହର କାର୍ଡ ମଧ୍ୟ ଛପାଇନାହାନ୍ତି ।
Powered by Froala Editor