ଜରୁରୀ ଅବତରଣ କଲା ବିମାନ, ବର୍ତ୍ତିଗଲେ ରଶ୍ମିକା
![ଜରୁରୀ ଅବତରଣ କଲା ବିମାନ, ବର୍ତ୍ତିଗଲେ ରଶ୍ମିକା](https://odishanewslens.com/news_gallery/28091_1708286983.jpg)
ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତିଛନ୍ତି 'ଆନିମଲ' ଅଭିନେତ୍ରୀ ତଥା 'ପୁଷ୍ପା' ଫେମ୍ ରଶ୍ମୀକା ମନ୍ଦନା। ଟେକ୍ନିକାଲ ତ୍ରୁଟି ଯୋଗୁ ତାଙ୍କ ବିମାନକୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଛି। ତେବେ ଏହି ଘଟଣାକୁ ନେଇ ରଶ୍ମିକା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି କି, ମୁଁ ମୃତ୍ୟୁମୁଖରୁ ବଞ୍ଚିଛି । ସେ ଫ୍ଳାଇଟରେ ବସିଥିବାର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଗଲା । ଯାହାକୁ ନେଇ ପ୍ରଶଂସକମାନେ ବେଶ ଚିନ୍ତାରେ ପଡ଼ିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ଫ୍ଲାଇଟଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିବାବେଳେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା । ଯେଉଁ କାରଣରୁ ଜରୁରୀକାଳିନ ଅବତରଣ କରିଥିଲା । ତେବେ ଫଟୋରେ ରଶ୍ମିକାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ନଜର ଆସିଛନ୍ତି । ରଶ୍ମିକାଙ୍କ ଏହି ପୋଷ୍ଟ ସେୟାର ହେବା ମାତ୍ରେ ଏହା ଭାଇରାଲ ହୋଇଥିଲା । ପ୍ରଶଂସକମାନେ ଅଭିନେତ୍ରୀଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲେ ।
Powered by Froala Editor