୨ ନାବାଳକଙ୍କ ସମେତ ବନ୍ଧା ହେଲେ ୧୦ ଡକାୟତ

ବ୍ୟାଙ୍କ, ଏଟିଏମ୍ ଲୁଟ୍ ପାଇଁ ଚାଲିଥିଲା ବ୍ଲୁ ପ୍ରିଣ୍ଟ । ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ପୁଲିସ ହାତରେ ଧରାପଡିଛନ୍ତି ୧୦ ଡକାୟତ । ବଡ କଥା ହେଲା ଗ୍ୟାଙ୍ଗରେ ସାମିଲ ଅଛନ୍ତି ୨ ନାବାଳକ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ପାଞ୍ଚ ପୋଖରିଆ ନିକଟ ଜଙ୍ଗଲ ଦୁର୍ବୃତ୍ତମାନେ ମଦ ପିଇ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ପୁଲିସ୍ ସମସ୍ତଙ୍କୁ ଧରିବା ପରେ ଜେରା ଆରମ୍ଭ କରିଛି । ଅଭିଯୁକ୍ତ ସିପୁନ ବାରିକ ଏହି ଗ୍ୟାଙ୍ଗର ମୁଖ୍ୟ ବୋଲି ପୁଲିସ୍ କହିଛି ।
ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ବନ୍ଧୁକ, ୨ ଅଫୁଟା ଗୁଳି, ୨ କଟୁରୀ, ୱିକେଟ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମଦ ବୋତଲ ଆଦି ଜବତ ହୋଇଛି। ଏମାନେ ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମରୁ ଲୁଟ ପାଇଁ ଯୋଜନା କରୁଥିଲେ। ଡକାୟତ ଗ୍ୟାଙ୍ଗର ସମସ୍ତ ସଦସ୍ୟ ଚମ୍ପୁଆ ଓ ଆଖ ପାଖ ଅଂଚଳର। ପୂର୍ବରୁ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।
ଚମ୍ପୁଆ SDPO ବିଜୟ କୁମାର ମଲିକ କହିଛନ୍ତି, “ଏସପିଙ୍କ ନିର୍ଦ୍ଦେଶକ୍ରମେ ଆମର ଆଣ୍ଟି ଡକାୟତି ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖବର ମିଳିଥିଲା ଯେ ସ୍ଥାନୀୟ ଜଙ୍ଗଲରେ କିଛି ଲୋକ ଡକାୟତି ପାଇଁ ଯୋଜନା କରୁଛନ୍ତି। ଖବର ମିଳିବା ମାତ୍ରେ ପୁଲିସ୍ ଓ ପ୍ୟାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା।
Powered by Froala Editor