ସର୍ଜରୀ କରି ଟ୍ରୋଲ୍ ହେଲେ ଆୟେଶା

ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆଙ୍କର ହଟ୍ ଆଣ୍ଡ ବୋଲ୍ଡ ଲୁକ୍ ପାଇଁ ଫ୍ୟାନଙ୍କ ଲମ୍ବା ଲାଇନ ଲାଗିଥାଏ । ହେଲେ ପ୍ଲାଷ୍ଟିକ ସର୍ଜରୀ ତାଙ୍କର ଫ୍ୟାନଙ୍କୁ ଝଟକା ଦେଇଛି ।ଶୁକ୍ରବାର ଦିନ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।
ତାଙ୍କର ଓଜନ ବୃଦ୍ଧି ଓ ପରିବର୍ତ୍ତନ ହୋଇ ଯାଇଥିବା ଚେହେରାକୁ ଦେଖି ଲୋକେ ଖୁବ୍ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଦୁଃଖର କଥା ହେଉଛି, ସର୍ଜରୀ ପରେ ଆୟେଶାଙ୍କ ଚେହେରା ପ୍ରଶଂସକଙ୍କୁ ସେତେଟା ଭଲ ଲାଗିନାହିଁ। ପ୍ଲାଷ୍ଟିକ୍ ସର୍ଜରୀ ହିଁ ତାଙ୍କ ଚେହେରାକୁ ଅସୁନ୍ଦର କରିଦେଇଛି। ଅନେକ ଲୋକ ତାଙ୍କ ମୋଟାପାକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି।
ଆୟେଶା ଏବେ ସୋସିଆଲ୍ ମିିଡିଆ ପୋଷ୍ଟ୍ ଜରିଆରେ ଟ୍ରୋଲର୍ସଙ୍କୁ ଉଚିତ ଜବାବ ଦେଇଛନ୍ତି। ସେ ନିଜର ଏକ ଫଟୋ ପୋଷ୍ଟ୍ କରି ଭଲପାଇବା ଓ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ କ୍ୟାପ୍ସନ୍ରେ ଲେଖିଛନ୍ତି କି ଦୁନିଆ ଲୋକଙ୍କ କଥା ତାଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ। ସେ କେବଳ ଭଲପାଇବା ବାଣ୍ଟିବାକୁ ଚାହାନ୍ତି।
Powered by Froala Editor