ଇନସାଟ୍-3DS ଉତକ୍ଷେପଣ ସଫଳ : ପାଣିପାଗ ସମ୍ବନ୍ଧରେ ଦେବ ସଠିକ୍ ତଥା ଆଗୁଆ ସୂଚନା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତ୍କ୍ଷେପଣ କେନ୍ଦ୍ରରୁ ପାଣିପାଗ ଉପଗ୍ରହ ଇନସାଟ୍ ଥ୍ରୀ ଡିଏସ୍ ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି। ଇସ୍ରୋର ଧ୍ରୁବୀୟ ଉପଗ୍ରହ ଉତ୍କ୍ଷେପଣ ଯାନ ଜିଏସ୍ଏଲ୍ଭି ଜରିଆରେ ଏହି ପାଣିପାଗ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରାଯାଇଛି। ଏହି ଉପଗ୍ରହକୁ ଉତ୍କ୍ଷେପଣ କରିଥିବା ଥିବା ମହାକାଶ ଯାନର ନାମ ‘ନଟି ବୟ’ ରଖାଯାଇଛି। ଏହି ଉପଗ୍ରହ ଦ୍ୱାରା ପାଣିପାଗ ସମ୍ବନ୍ଧୀୟ ସଠିକ୍ ତଥା ଆଗୁଆ ସୂଚନା ମିଳିପାରିବ।
ଏହି ସାଟେଲାଇଟ ମାଧ୍ୟମରେ ଏକ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରଖିଛି ଇସ୍ରୋ। ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍ ହେଉଛି ନସାଟ୍-3DS। ଏହା ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ପାଣିପାଗ ବାବଦରେ ସଠିକ୍ ପୂର୍ବାନୁମାନ ପାଇବା ସହଜ ହେବ। ବିଶେଷ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଇସ୍ରୋ ଏହାକୁ ଡିଜାଇନ୍ କରିଛି।
Powered by Froala Editor