Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ...

  • ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ...

  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ...

  • ଛାତ୍ର ଆତ୍ମହତ୍ୟା ରୋକିବ ...

  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ...

  • ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ...

  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ...

ରାଜ୍ୟ
Home ›› ରାଜ୍ୟ ››ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

2024-02-17 11:13:25
15462
Share:
Facebook
Twitter
E-Mail
WhatsApp
Telegram
ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ  କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ।  ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ  ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍‌ ପକ୍ଷରୁ ଏକ ଟିମ୍‌ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗୃପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ। 


ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଶିଳ୍ପ  ଦ୍ବାରା ଆମର କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀ ମାନେ ମଧ୍ୟ ଉପକାର ପାଇବେ। ବୟନ ଶିଳ୍ପରେ ମା ମାନଙ୍କ ପାଇଁ ବହୁତ ସୁଯୋଗ ଅଛି ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ଦକ୍ଷତା ବିକାଶ  କରାଯାଇ ସେମାନଙ୍କର ନିଯୁକ୍ତି ପାଇଁ ବହୁତ ସୁଯୋଗ ଆସିବ।


ୱେଲସ୍ପନ ଗ୍ରୁପ ସାରା ପୃଥିବୀର ଏକ ପ୍ରସିଦ୍ଧ ପ୍ରସିଦ୍ଧ ବୟନ ଶିଳ୍ପ କମ୍ପାନୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଉରୋପ, ଆମେରିକା ପରି ବିଶ୍ବର ଧନୀ ଦେଶ ମାନଙ୍କୁ ଏହାର ସାମଗ୍ରୀ  ବହୁ ସଂଖ୍ୟାରେ ରପ୍ତାନୀ ହୁଏ । ଏପରି କମ୍ପାନୀ ଓଡିଶାକୁ ଆସିବା, ବହୁତ ଖୁସିର କଥା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚୌଦ୍ବାରରେ ଏହି କମ୍ପାନୀ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ।


ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିକାଶ ଯାତ୍ରାରେ ୱେଲସ୍ପନ ଗ୍ରୁପର ପାର୍ଟନରସିପ୍  ଅଭିବୃଦ୍ଧିର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଥିଲେ। ଏହି ଶିଳ୍ପର ସଫଳତା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ସେ ପ୍ରତିଶୃତି ଦେଇଥିଲେ।


    ଶିଳ୍ପ କ୍ଷେତ୍ରରେ ଆଜିର ଏହି ଯାତ୍ରା କଟକ ଜିଲ୍ଲାର ବିକାଶକୁ ଉଜ୍ଜଳ କରିବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଓଡିଶା  ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବରେ ସାରା ପୃଥିବୀରେ ସୁନାମ କରିବ ।


ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି. କେ. ଗୋଏଙ୍କା କହିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ବ୍ୟାପକ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ କଠିନ ପରିଶ୍ରମ ଯୋଗୁ ଆଜି ଓଡିଶାରେ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ। ରାଜ୍ୟ ସରକାରଙ୍କ 5T ଉପକ୍ରମ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରି କହିଥିଲେ ଯେ ଏହି ନୀତି ଯୋଗୁ ଆଜି ଓଡିଶାର ସରକାରୀ ସ୍କୁଲ ଗୁଡିକ ପ୍ରାଇଭେଟ ସ୍କୁଲଠାରୁ ଅଧିକ ଭଲ ହୋଇ ପାରିଛି। ଭାରତରେ ସବୁଠାରୁ ଅଧିକ ପୁଞ୍ଜି ଓଡିଶାକୁ ହିଁ ଆସୁଛି। ଓଡିଶାରେ ଶିଳ୍ପ ବିକାଶର ଭିତ୍ତି ବିଷୟରେ ଆଲୋକପାତ କରି ସେ ବିଜୁ ବାବୁଙ୍କ ଉଦ୍ୟମ ସଂପର୍କରେ କହିଥିଲେ। ଓଡିଶାର କପା ଚାଷୀଙ୍କ ଉନ୍ନତି ପାଇଁ ମଧ୍ୟ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରି ସେ କହିଥିଲେ ଓଡିଶାର ଶିଳ୍ପ ବାତାବରଣକୁ ଆହୁରି ଉନ୍ନତ କରିବା ପାଇଁ ସେ ତାଙ୍କର ଅବଦାନ ରଖିବେ ବୋଲି କହିଥିଲେ। ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହିତ ୨୦ ହଜାର ପରୋକ୍ଷ ନିଯୁକ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ।


କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଯେ ଚୌଦ୍ୱାର ହେଉଛି ଓଡିଶାର ପ୍ରଥମ ଶିଳ୍ପ ନଗରୀ। ଆଜି ପୁଣି ଥରେ ଏହା ବିକାଶ ପଥରେ ଅଗ୍ରସର ହେଲା। ଏହି ଶିଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସହିତ ବ୍ୟାପକ ଆତ୍ମନିଯୁକ୍ତି ମଧ୍ୟ ସୃଷ୍ଟି କରିବ ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କ ସହ ମତ ବିନିମୟ କରି ବିଭିନ୍ନ ଯୋଜନାର ବର୍ଦ୍ଧିତ ଭତ୍ତା ସଂପର୍କରେ ଆଲୋଚନା କରିଥିଲେ। ମଧୁବାବୁ ପେନ୍‌ସନ୍‌, ମମତା, ଲକ୍ଷ୍ମୀ ଓ କଳାକାର ଭତ୍ତା ଯୋଜନା ସଂପର୍କରେ ସେ ବଢିଥିବା ଭତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ। ନୂଆ-ଓ ଛାତ୍ରବୃତ୍ତି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇବେ ।


ବୟନଶିଳ୍ପ ପାଇଁ ୬୫୦ ପରିବାରର ଘର ସମସ୍ୟା ସୃଷ୍ଟି ହେଉଥିବା ସଂପର୍କରେ ସୂଚନା ଦେଇ ସେ କହିଥିଲେ ଏହି ସମସ୍ୟା ଶୀଘ୍ର ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ  ଉଦବୋଧନ ଦେଇଥିଲେ । ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ଜେଲରେ
    ଦେଶ-ଦେଶାନ୍ତର

    ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ଜେଲରେ

    13743
    Oct 24, 2026
  • ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ନେଲେ ଅମିତାଭ, ପ୍ରଶଂସକଙ୍କୁ କହିଲେ ଏହା...
    ଦେଶ-ଦେଶାନ୍ତର

    ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ରାମ ନେଲେ ଅମିତାଭ, ପ୍ରଶଂସକଙ୍କୁ କହିଲେ ଏହା...

    14221
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...
    ବାଣିଜ୍ୟ

    ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...

    14489
    Oct 23, 2026
  •  ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ
    ବିଶେଷ

    ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15204
    Oct 23, 2026
  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି
    ଦେଶ-ଦେଶାନ୍ତର

    ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି

    14167
    Oct 24, 2026
  • ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ
    ମନୋରଞ୍ଜନ

    ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ

    14151
    Oct 24, 2026
  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ
    ଦେଶ-ଦେଶାନ୍ତର

    ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ

    15379
    Oct 24, 2026
  • ଛାତ୍ର ଆତ୍ମହତ୍ୟା ରୋକିବ ଆଣ୍ଟି-ସୁଇସାଇଡ୍ ଫ୍ୟାନ୍
    ଦେଶ-ଦେଶାନ୍ତର

    ଛାତ୍ର ଆତ୍ମହତ୍ୟା ରୋକିବ ଆଣ୍ଟି-ସୁଇସାଇଡ୍ ଫ୍ୟାନ୍

    14621
    Oct 24, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା
    ବାଣିଜ୍ୟ

    ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14776
    Oct 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଛାତ୍ର ଆତ୍ମହତ୍ୟା ରୋକିବ ଆଣ୍ଟି-ସୁଇସାଇଡ୍ ଫ୍ୟାନ୍

    14621
    Oct 24, 2026
  • ଦେଶ-ଦେଶାନ୍ତର

    ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ

    15379
    Oct 24, 2026
  • ବିଶେଷ

    ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15204
    Oct 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17210
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17909
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17852
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18276
    Sep 06, 2023

ବିଶେଷ

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15204
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15546
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15047
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15511
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14846
    Oct 06, 2026

ବାଣିଜ୍ୟ

ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

ଭାରତୀୟ ସେୟାର ବଜାର ଇତିହାସରେ ପ୍ରଥମ ଥର ପାଇଁ ଜିଓ ଆଇପିଓ ପାଇଁ ଆବେଦନ ସଂଖ୍ୟା ୧ କୋଟି ଅତିକ୍ରମ କରିଛି। ଜିଓ ପ୍ଲାଟଫର୍ମ୍ସର ୩୦,୨୧୩ କୋଟି ଟଙ୍କାର ଆଇପିଓ ଶୁକ୍ରବାର ତୃତୀୟ ତଥା ଶେଷ ଦିନରେ ଏହି ରେକର୍ଡ ସୃଷ୍ଟି କରିଛି। ନିବେଶକଙ୍କ ଅଭୂତପୂର୍ବ ଉତ୍ସାହ ମଧ୍ୟରେ ଆଇପିଓ ମୋଟ ୬.୮୯ ଗୁଣ ସବସ୍କ୍ରାଇବ୍ ହୋଇସାରିଛି। ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14489
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15113
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14414
    Oct 21, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14610
    Oct 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୩୮ ଜଣ ଭାରତୀୟ କଏଦୀ ଅଛନ୍ତି ବାଂଲାଦେଶ ଜେଲରେ

    13743
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14489
    Oct 23, 2026
  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି

    14167
    Oct 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In