Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ...

  • ଇଣ୍ଡିଗୋ ବିମାନରେ ବୋମା ଧମକ

  • ସେନା ଘାଟି ଉପରେ ବିସ୍ଫୋରଣ

  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

ରାଜନୀତି
Home ›› ରାଜନୀତି ››ବିଜେଡି ରେ ଯୋଗଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ବିଜେଡି ରେ ଯୋଗଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

2024-02-16 19:06:24
15403
Share:
Facebook
Twitter
E-Mail
WhatsApp
Telegram

ଭୁବନେଶ୍ୱର, ୧୬/୦୨/୨୦୨୪: କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜ, ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ, ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା ଓ ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ସମସ୍ତ ନେତୃବୃନ୍ଦ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଶଙ୍ଖଭବନରେ ମିଶ୍ରଣ ପରେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଥିଲେ ଅଂଶୁମାନ ମହାନ୍ତି ।

ଏହି ଅବସରରେ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶା ନବୀନ ଓଡିଶା, ରୂପାନ୍ତରଣ ଓଡିଶା ଓ ସମୃଦ୍ଧ ଓଡିଶା ଗଠନରେ ଆକୃଷ୍ଟ ହୋଇ ଆଜି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳରେ ଯୋଗ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜନଗରରେ ଯେଉଁ ଉନ୍ନତି ହୋଇ ଚାଲିଛି,ଆଜି ଅଂଶୁମାନ ମହାନ୍ତି ଯୋଗ ଦେବା ପରେ ରାଜନଗରରେ ଉନ୍ନତି ଦ୍ୱିଗୁଣିତ ହେବ । ସ୍ୱର୍ଗତ ନଳିନୀ ମହାନ୍ତି, ବିଜୁ ପଟ୍ଟନାୟକ ତଥା ବିଜୁ ପରିବାରର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ । ବିଜୁ ପରିବାର ପ୍ରତି ସମର୍ପଣ ଓ ଭଲ ପାଇବା ସର୍ବଦା ରହିଆସିଥିଲା । ରାଜନଗର ସବୁବେଳେ ବିଜେଡି ସହ ଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯେଉଁମାନେ ତାଙ୍କ ଉପରେ ଆସ୍ଥା ରଖି ଦଳରେ ଯୋଗ ଦେଇଛନ୍ତି । ସମସ୍ତଙ୍କ ସମ୍ମାନ ଓ ଆତ୍ମବିଶ୍ୱାସ ସର୍ବଦା ବଜାୟ ରହିବ ।

ସେହିପରି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଥିଲେ ଯେ, ଆଜି ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକ ଦଳରେ ଯୋଗ ଦେବା ପରେ ରାଜନଗର ନିର୍ବାଚନମଣ୍ଡଳୀ ତଥା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ସଂଗଠନ ମଜବୁତ ହେବା ସହ ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ । ସେହିପରି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ, ଅଂଶୁମାନ ମହାନ୍ତିଙ୍କ ଯୋଗଦାନକୁ ସ୍ୱାଗତ କରିବା ସହ ଏହି ମିଶ୍ରଣ କେନ୍ଦ୍ରାପଡାରେ ବିଜେଡି ସଂଗଠନକୁ ଆହୁରି ସଶକ୍ତ କରିବ ବୋଲି କହିଥିଲେ ।


ସେହିପରି ରାଜନଗର ବିଧାୟକ ଧ୍ରୁବଚରଣ ସାହୁ କହିଥିଲେ ଯେ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ଦଳରେ ଯୋଗଦାନ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ବିଜୁ ବାବୁଙ୍କ ସ୍ୱପ୍ନର ରାଜନଗର ଗଠନ ଦିଗରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଏହି ଅବସରରେ ଉପସ୍ଥିତ ଥିବା ମାନ୍ୟବର ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦଳରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିବା ସହ ଏହି ଯୋଗଦାନ ଫଳରେ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡିର ସଂଗଠନ ଆହୁରି ମଜବୁତ ହେବ ବୋଲି କହିଥିଲେ ।

ଦଳରେ ଯୋଗ ଦେବା ପରେ ଅଂଶୁମାନ ମହାନ୍ତି କହିଥିଲେ, ଆଜି ମୋ ପାଇଁ ଗର୍ବର ଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ମୋ ପାଇଁ ଏକ ସୁଯୋଗ ଆସି ପହଞ୍ଚିଛି ଯେ, ଆଉଥରେ ନିଜ ଘରକୁ ଫେରିବା ପାଇଁ । ମୋର କର୍ମଭୂମି ରାଜନଗର ସହ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ସଂଗଠନ ମଜବୁତ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂତନ ଓଡିଶା ଗଠନ ଦିଗରେ ନିଶ୍ଚିତ କାର୍ଯ୍ୟ କରିବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଏହି ମିଶ୍ର ପର୍ବରେ ରାଜନଗର ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ନିମାଁଇ ଚରଣ କର, ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ପିସିସି ସଦସ୍ୟ ପ୍ରଦୀପ ପ୍ରଧାନ, ସନ୍ତୋଷ ମହାନ୍ତି, ସରପଞ୍ଚ ସମୀର ସେଠୀ, ସୁରେଖା ପ୍ରଧାନ, ହେମଲତା ମହାନ୍ତ, ସମିତି ସଭ୍ୟ ଅମର ସୁତାର, ପ୍ରେମଲତା ଦାସ, ଅଭୟ ଖଣ୍ଡୱାଲ, ପୁଷ୍ପଲତା ସାଏ, ଜନ୍ମେଜୟ ସେଠୀ, ଅଶୋକ କୁମାର ବଳ,ପୁରେଶ୍ୱର ନାୟକ, ମୋହନ କୁମାର ଦାସ, ଶହଦେବ ସାହୁ, ମାଧମଚନ୍ଦ୍ର, ସୁଧୀର ଚନ୍ଦ୍ର ପାଲ, ପଟ୍ଟାମୁଣ୍ଡାଇର ସରପଞ୍ଚ ଲକ୍ଷ୍ମୀପ୍ରିୟା ଷଡଙ୍ଗୀ, ଅନୂସୟା ନାଥ, ନରେଶ ଚନ୍ଦ୍ର ମଳିକ, ରମେଶ ଚନ୍ଦ୍ର ମଲ୍ଲିକ, ବିଶ୍ୱରଂଜନ ଭୂୟାଁ, ସୁବାସ ଚନ୍ଦ୍ର ବାରିକ, ପର୍ଶୁରାମ ବେହେରା, ସଂଜୟ କୁମାର ମଳିକ, ନିରୁପମା ସାହୁ, ଆରତୀ ସାହୁଙ୍କ ସହ ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags BJD , Biju Janata Dal

Related articles Odisha News Lens 4.1

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14349
    Oct 03, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14226
    Oct 01, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ
    ବିଶେଷ

    ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15496
    Sep 30, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13971
    Sep 30, 2025
  • ଇଣ୍ଡିଗୋ ବିମାନରେ ବୋମା ଧମକ
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନରେ ବୋମା ଧମକ

    15049
    Sep 30, 2025
  • ସେନା ଘାଟି ଉପରେ ବିସ୍ଫୋରଣ
    ଦେଶ-ଦେଶାନ୍ତର

    ସେନା ଘାଟି ଉପରେ ବିସ୍ଫୋରଣ

    16092
    Sep 30, 2025
  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15624
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15256
    Oct 01, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14386
    Oct 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନରେ ବୋମା ଧମକ

    15049
    Sep 30, 2025
  • ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14349
    Oct 03, 2025
  • ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13971
    Sep 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16758
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17217
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15672
    Apr 03, 2021

ବିଶେଷ

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14349
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15496
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14591
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15068
    Sep 29, 2025
  • ଶୁଭ କଳସ ବସାଇବାର କିଛି ନିୟମ

    15424
    Sep 27, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14247
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14046
    Sep 16, 2025
  • ଶସ୍ତା ହେଲା ସୁନା

    14373
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14947
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13971
    Sep 30, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15938
    Sep 30, 2025
  • ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14226
    Oct 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In