ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟକା: ଦଳ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଗୋଟିଏ ପଟେ ୨୦୨୪ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବା ତଥା ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଥିବାବେଳେ ଏପଟେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି ।
ଏହାରି ଭିତରେ ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ତାହା ହେଲା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ହାତ ଛାଡ଼ିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଅଶୋକ ଚୌହାନ ଦଳ ଛାଡ଼ିବା କଂଗ୍ରେସ ପାଇଁ ଶୁଭସଙ୍କେତ ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ଦଳରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଶ୍ରୀ ଚୌହାନ କହିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ ଦଳ ଛାଡିବାର ମାତ୍ର ୪ ଦିନ ପରେ ଆଜି ଦଳ ଛାଡିଲେ ଟାଣୁଆ ନେତା ଅଶୋକ ଚୌହାନ । ଏହା ପୂର୍ବରୁ ମିଲିନ୍ଦ ଦେଓରା ମଧ୍ୟ କଂଗ୍ରେସ ଛାଡ଼ିଥିଲେ ।
ସବୁଠାରୁ ବଡ଼ କଥା ହେଲା ଯେ ଶ୍ରୀ ଚୌହାନ କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ଶିବିରରେ ମିଶିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Powered by Froala Editor