ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ଗ୍ରହଣ ହୋଇଛି କଡ଼ା ଆଭିମୁଖ୍ୟ
ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା । ସେନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମାଟ୍ରିକ ପରୀକ୍ଷା ଏବଂ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ତାସହିତ ପ୍ରଶ୍ନ ଓ ଉତ୍ତର ପତ୍ର ପାଇଁ କେନ୍ଦ୍ର ପରିଚାଳକ ବା ସୁପରିଟେଣ୍ଡେଣ୍ଟ ସଜାଗ ହୋଇ ରହିଛନ୍ତି । ଅନଲାଇନ୍ ମାଧ୍ୟମରେ ମଧ୍ୟ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଉଛି । ସରକାର ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ଖୁବ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ କପି ଚିହ୍ନଟ ହୁଏ ତେବେ ଉକ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରିହବେ । ପରୀକ୍ଷା ଚାଲିଥିବା ସମୟରେ କେବଳ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନେଇ ପ୍ରବେଶ କରିପାରିବେ ନାହିଁ। ପ୍ରଶ୍ନପତ୍ର ଥିବା ଆଲମାରୀର ଚାବିକାଠି କେନ୍ଦ୍ର ପରିଚାଳକ ସବର୍ଦା ନିଜ ପାଖରେ ରଖିବେ। କୌଣସି ପ୍ୟାକେଟ କିମ୍ବା କାଗଜପତ୍ର ଯାଞ୍ଚ ପାଇଁ ଦେବା ପୂବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ଭଲ ଭାବରେ ଜାଣିଥିବା ଆବଶ୍ୟକ। ଏପଟେ ପରୀକ୍ଷା ସମୟରେ ୧୨ ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ। ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଏବଂ ୨୪ରୁ ୪୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପ୍ରଧାନ ଶିକ୍ଷକମାନେ ବୈଠକ ଆୟୋଜନ କରିବେ ।
ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ ମିନିଟରେ ଓଏମଆର ସିଟ୍ ଏବଂ ୮ଟା ୪୫ ମିନିଟରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ। ୮ଟା ୪୫ ମିନିଟରୁ ୯ ଟା ମଧ୍ୟରେ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍ର ପ୍ରଥମ ପୃଷ୍ଠା ଭରିବେ । ନିରୀକ୍ଷକମାନେ ଉପସ୍ଥିତ ଏବଂ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ଦେବେ । ଏମ୍ଟିଏଚ୍ ନିମନ୍ତେ ୧୦ଟା ୧୫ ମିନିଟରୁ ୧୧ଟା ୧୫ ମିନିଟ ପର୍ୟ୍ୟନ୍ତ ସମୟ ମିଳିବ। ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ। ଯାହା ପାଇଁ ଅଭିଭାବକମାନେ ପରୀକ୍ଷାର୍ଥୀଙ୍କ ଦିବ୍ୟାଙ୍କ ପ୍ରମାଣପତ୍ର ସହ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଆବେଦନ କରିବାକୁ ପଡ଼ିବ ।
Powered by Froala Editor