ବଢିଲା ଇପିଏଫ ସୁଧହାର
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏଫ୍ ଉପରେ ନୂତନ ସୁଧ ହାର ଚୂଡାନ୍ତ କରିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟଧାରୀମାନେ ସେମାନଙ୍କର ପିଏଫ୍ ଟଙ୍କା ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବାକୁ ଯାଉଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ବୃଦ୍ଧି ପାଇଛି । ସୁଧହାର ୮.୨୫କୁ ପ୍ରତିଶତ ବୃଦ୍ଧି ନେଇ ସିବିଟି ପକ୍ଷରୁ ସୂଚନା ଜାରି କରାଯାଇଛି । ବିଗତ ୩ ବର୍ଷ ଭିତରେ ଏହା ସର୍ବାଧିକ ସୁଧହାର ବୋଲି ସୂଚନା ମିଳିଛି । ପୂର୍ବ ବର୍ଷ ସୁଧହାର ୮.୧୦ ପ୍ରତିଶରୁ ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଥିଲା ।
ପ୍ରକାଶ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟଧାରୀମାନେ ପିଏଫ୍ ଆକାଉଣ୍ଟରେ ରଖାଯାଇଥିବା ଟଙ୍କା ଉପରେ ଅଧିକ ରିଟର୍ନ ପାଇବାକୁ ଯାଉଛନ୍ତି। ଏହାପୂର୍ବରୁ, ପିଏଫ୍ ଆକାଉଣ୍ଟଧାରୀମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୮.୧୫ ପ୍ରତିଶତ ଏବଂ ୨୦୨୧-୨୨ରେ ୮.୧୦ ପ୍ରତିଶତ ହାରରେ ସୁଧ ପାଇଥିଲେ। ଏହାର ଅର୍ଥ ହେଉଛି ୨୦୨୩-୨୪ ପାଇଁ ପିଏଫ୍ ଆକାଉଣ୍ଟଧାରୀମାନେ ପୂର୍ବ ବର୍ଷ ତୁଳନାରେ ୦.୧୦ ପ୍ରତିଶତ ଅଧିକ ସୁଧ ପାଇବାକୁ ଯାଉଛନ୍ତି।
ପିଏଫ୍ ଆକାଉଣ୍ଟଧାରୀମାନେ କେଉଁ ହାରରେ ସୁଧ ପାଇବେ, ଏହାର ନିଷ୍ପତ୍ତି ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଷ୍ଟ୍ରଟିଜ୍ କରେ । ଆଜି ଇପିଏଫଓର ସିବିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।। ଯେଉଁଥିରେ ପିଏଫ୍ ଉପରେ ସୁଧ ସମ୍ପର୍କରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।
Powered by Froala Editor