ରେପୋ ରେର୍ଟ ଅପରିବର୍ତ୍ତିତ
ନୂଆଦିଲ୍ଲୀ: ଏଥର ବି ଅପରିବର୍ତ୍ତିତ ରହିଲା ରେପୋ ରେର୍ଟ। ଲଗାତାର ସପ୍ତମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ୬.୫ରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ସେତେବେଳେ ଏହାକୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା । ସେତେବେଳେ ଏହା ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତ ହେଇଥିଲା । ସେବେଠୁ ଗତ ୬ଟି ମନିଟରି ପଲିସି କମିଟି ମିଟିଂରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ତେବେ ଏଥର ମଧ୍ୟ ମିଟିଂ ଆରମ୍ଭ ହେବା ପୂର୍ବରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଆଉ ଅନୁମାନ ମୁତାବକ ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଏହାବାଦ୍ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ସ୍ଥିର ରଖିଛି । ଯାହାକି ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି । ଅନ୍ୟପଟେ ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି । ସେପଟେ ରିଜର୍ଭ ବ୍ୟାଙ୍କ ଗର୍ଭଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ମୁତାବକ, ଏଥର ଜିଡିପି ଗ୍ରୋଥର ଅନୁମାନ ୭ ପ୍ରତିଶତ ରଖାଯାଇଛି । ଯାହାର ପୂର୍ବ ଅନୁମାନ ମଧ୍ୟ ୭.୩ ରହିଥିଲା । ଏହାସହ ଗତ ଏକ ବର୍ଷ ଧରି ଭାରତୀୟ ମୁଦ୍ରାରେ ସ୍ଥିରତା କାୟମ୍ ରହିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।
Powered by Froala Editor