ଶିମଲାରେ ଭୂସ୍ଖଳନ, ୨ ମୃତ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ସମୟ ବନ୍ଦ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ଭୂସ୍ଖଳନ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ମଙ୍ଗଳବାର ସକାଳେ ରାଜଧାନୀ ଶିମଲାରେ ଏକ ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଶିମଲାର ଆଇଜିଏମସି ହସ୍ପିଟାଲକୁ ପଠାଇଛି।
ସୂଚନାନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୬.୧୫ଟା ବେଳେ ଶିମଲାର ଜୁଙ୍ଗା ମାର୍ଗ ଠାରେ ଏହି ଭୂସ୍ଖଳନ ଘଟିଛି। ଆଇଜିଏମସି ସିଏମଓ କହିଛନ୍ତି ଯେ ଲ୍ୟାଣ୍ଡ ସ୍ଲାଇଡରେ ପୋତି ହୋଇଥିବା ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରାକେଶ ଏବଂ ରାଜେଶ ବୋଲି ଜଣାପଡିଛି। ଉଭୟ ବିହାରର ବାସିନ୍ଦା ଥିଲେ । ଏଠାରେ ସେ ଶ୍ରମିକ ଭାବରେ କାର୍ୟ୍ୟ କରୁଥିଲେ ।
ଅନ୍ୟ ପାଞ୍ଚଜଣ ଶ୍ରମିକ ଦୌଡ଼ି ପଳାଇ ସେମାନଙ୍କ ଜୀବନ ରକ୍ଷା କରିଥିଲେ। ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ।
Powered by Froala Editor