୨୦୨୪ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ୍ ପାଣି ଯୋଗାଇଦେବାକୁ ଲକ୍ଷ୍ୟ
ଭୁବନେଶ୍ୱର : ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ୍ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ୫୮ ପ୍ରତିଶତ ଗାଁରେ ପାଣି ପହଞ୍ଚିଛି। ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ଉତ୍ସ କି ଜମି ସମସ୍ୟା ଥିବା ଅଞ୍ଚଳରେ ୨୦୨୫ ସୁଦ୍ଧା ପାଇପ୍ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ନଳକୂପ ଲଗାଯିବ। ପାଣି ସମସ୍ୟା ସମାଧାନ ପାଇଁ ହେଲ୍ପ ଲାଇନ୍ ନମ୍ବର ୧୯୧୬ ଜାରି କରାଯାଇଛି। ଯେଉଁଠି ପାଇପ ପାଣି ନାହିଁ , କିମ୍ବା କାମ ଜାରି ରହିଛି ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନଳକୂଅ ବସାଇବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ନଳକୂପ ବସାଯିବା ନେଇ ସୂଚନା ରହିଛି।
Powered by Froala Editor