ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ
ଭୁବନେଶ୍ୱର: ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳଏବେ ରାଜ୍ୟପାଳ ନିଜର ଅଭିଭାଷଣ କରୁଛନ୍ତି ।
ପ୍ରକାଶ ଯେ ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି । ସ୍ୱଳ୍ପକାଳିନ ଅଧିବେଶନ ହେଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବା ସମ୍ଭାବନା ରହିଛି । ଆସନ୍ତା ୮ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ ।
Powered by Froala Editor