ବଜେଟ ଉପସ୍ଥାପନ ପରେ ଏହି ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ । ଯୁବକ, ମହିଳା ଓ କୃଷକ ସମସ୍ତଙ୍କୁ ଏହି ବଜେଟ ସଶକ୍ତ କରିବ । ଏହି ବଜେଟ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ଅଧିକ ମଜଭୁତ କରିବ । ଯୁବ ଭାରତର ଆଶ ଆକାଂକ୍ଷାର ପ୍ରତିବିମ୍ବ ହେଉଛି ଏ ବଜେଟ । ଭିତ୍ତିଭୂମି ବିକାଶ ପାଇଁ ୧୧ଲକ୍ଷ ୧୧ ହଜାର ୧୧୧କୋଟିର ବ୍ୟବସ୍ଥା ହୋଇଛି । ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାରର ସମ୍ଭାବନା ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Powered by Froala Editor