Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ...

  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ...

  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ...

  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ...

  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ...

  • ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ...

  • ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଜେଟ: ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ

ବଜେଟ: ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ

2024-02-01 07:09:38
14124
Share:
Facebook
Twitter
E-Mail
WhatsApp
Telegram
ବଜେଟ: ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ  ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି । ୮୩ ଲକ୍ଷ ଏସଏଚଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି । ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ସେହିପରି  ସେ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି । ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଚାଲୁ ରହିଛି । ସବକା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ତେବେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ ବୋଲି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସେହିପରି ସେ କହିଛନ୍ତି  ଯେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି ।  ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି ।

 ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି । ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ ପ୍ରତିଷ୍ଠା ହୋଇଛି । ୧୩ଟି ଏମସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । 

ସେହିପରି ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେ, ପି- ପରଫରମାନ୍ସ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।  ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାଛଡ଼ା ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନସର ଟିକା ଦିଆଯିବ ବୋଲି ସେ କହିଛନ୍ତି । ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା  ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବା ନେଇ ମଧ୍ୟ ସେ କହିଛନ୍ତି ।  ସେହିପରି ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’ ଯୋଜନା ବ୍ୟବସ୍ଥା କରାଯାଇଛି । ‘ଜୟ ଅନୁସନ୍ଧାନ’ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । 

 ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ କରାଯିବ ବୋଲି ଘୋଷଣା କରିଛନ୍ତି । ୫୭୦ ନୂଆ ରୁଟରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ ।  ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ । ଲାକ୍ଷାଦ୍ୱୀପରେ ଭିତ୍ତି ଭୂମିର ବ୍ୟାପକ ବିକାଶ କରାଯିବ ।  ସେହିପରି ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

Powered by Froala Editor

Tags Budget

Related articles Odisha News Lens 4.1

  • ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି
    ଦେଶ-ଦେଶାନ୍ତର

    ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି

    15347
    Aug 22, 2026
  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ
    ଦେଶ-ଦେଶାନ୍ତର

    ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ

    15253
    Aug 22, 2026
  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର
    ଦେଶ-ଦେଶାନ୍ତର

    ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର

    14040
    Aug 22, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15032
    Aug 22, 2026
  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15356
    Aug 22, 2026
  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13503
    Aug 22, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15475
    Aug 22, 2026
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ
    ମନୋରଞ୍ଜନ

    ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

    13500
    Aug 22, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15411
    Aug 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ

    14572
    Aug 22, 2026
  • ଦେଶ-ଦେଶାନ୍ତର

    ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି

    15347
    Aug 22, 2026
  • ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13503
    Aug 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17046
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17671
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17716
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18112
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15313
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16009
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13928
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14957
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14728
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15963
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14001
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14264
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14391
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15356
    Aug 22, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15032
    Aug 22, 2026
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

    13500
    Aug 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In