୪ ବର୍ଷ ଡେଟ୍ ପରେ ରୋକା କଲେ ପୁଲକିତ ଏବଂ କ୍ରିତି

ଦୀର୍ଘ ଦିନ ପରସ୍ପରକୁ ଡେଟ୍ କରିବା ପରେ ନିର୍ବନ୍ଧ କରିଛନ୍ତି ପୁଲକିତ ସମ୍ରାଟ ଏବଂ ଅଭିନେତ୍ରୀ କ୍ରିତି ଖରବନ୍ଦା। ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ କରୁଥିଲେ। ଏହି କପଲ କେବଳ ସେମାନଙ୍କର ବୃତ୍ତିଗତ ଜୀବନ ପାଇଁ ନୁହେଁ ବରଂ ସେମାନଙ୍କର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।
ପୁଲକିତ ଏବଂ କ୍ରିତି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଉଭୟ ପ୍ରାୟ ଚାରି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ ଏବଂ ବର୍ତ୍ତମାନ ଦୁହେଁ ନିର୍ବନ୍ଧ କରିଛନ୍ତି । ସୋସିଆଲ ମିଡିଆରେ କ୍ରିତି ଏବଂ ପୁଲକିତଙ୍କ ରୋକା ସମାରୋହର ଫଟୋ ସାମ୍ନାକୁ ଆସିଛି।
ରିୟା ଲଥରା ନାମକ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କ୍ରିତି ଏବଂ ପୁଲକିତ ସମ୍ରାଟଙ୍କ ଏନଗେଜମେଣ୍ଟ ଫଟୋ ସେୟାର କରାଯାଇଛି। ଫଟୋରେ ଉଭୟ କ୍ରିତି ଏବଂ ପୁଲକିତ ଟ୍ରାଡିସନାଲ ଆଉଟଫିଟରେ ନଜର ଆସିଛନ୍ତି। ଦୁହେଁ ନିଜ ପରିବାର ସହିତ ରୋକା ସମାରୋହ କରାଯାଇଥିଲା। ଦୁହେଁ ନିଜ ରିଙ୍ଗକୁ ଦେଖାଇଛନ୍ତି। ପ୍ରଶଂସକମାନେ ସେମାନଙ୍କର ଯୋଡିକୁ ଖୁବ୍ ପସନ୍ଦ କରନ୍ତି।
Powered by Froala Editor